Breaking NewsFeaturedରାଜନୀତି

AIADMK ଛାଡିଲା NDA କାହିଁକି

୨୦୨୪ ନିର୍ବାଚନ ପୂର୍ବରୁ ବଡ ରାଜନୈତିକ ହଲଚଲ । ତାମିଲନାଡୁରେ ବିଜେପିକୁ ଶକ୍ତ ଝଟକା । ବିଜେପି ନେତୃତ୍ୱାଧିନ ଘଊଇ ମେଂଟରୁ ଓହରିିଲା ଇଓଇଊଗକ । ବିଜେପି ସହ ସଂପର୍କ ଭାଙ୍ଗିଥିବା ନେଇ ବିଧିବଦ୍ଧ ଘୋଷଣା କରିଛି ଦଳ । ଏସଂପର୍କରେ ସୂଚନା ଦେଇଛନ୍ତି ଇଓଇଊଗକ ର ସାଧାରଣ ସଂପାଦକ କେପି ମୁନୁସାମୀ । ଗତ ଏକ ବର୍ଷ ଧରି ଇଓଇଊଗକ ର ପୂର୍ବତନ ନେତା, ସାଧାରଣ ସଚିବ ପାଲାନିସ୍ୱାମୀ ଏବଂ ଶ୍ରମିକଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି ବିଜେପି ନେତୃତ୍ୱାଧୀନ ଘଊଇ । ଯାହାକୁ ନେଇ ଦଳର ସାଂସଦ, ବିଧାୟକ ଓ ଜିଲ୍ଲା ମୁଖ୍ୟମାନଙ୍କୁ ନେଇ ଚେନ୍ନାଇ ସ୍ଥିତ ମୁଖ୍ୟାଳୟରେ ବୈଠକ ବସିଥିଲା । ଆଉ ଶେଷରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି । ବିଜେପି ଓ ଏନଡିଏ ସହ ସବୁପ୍ରକାର ସମ୍ପର୍କ ଛିନ୍ନ କରିଛି ଇଓଇଊଗକ

। ବିଜେପିର ତାମିଲନାଡୁ ମୁଖ୍ୟ କେ ଆନ୍ନାମଲାଇ ଏଆଇଏଡିଏମକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନାଦୁରାଇଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ କରିଥିଲେ। ଏହାକୁ ନେଇ ବିଜେପି ସହ ଏଆଇଏଡିଏମକେ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଥିଲା। ତଥାପି ଶନିବାର ଦିଲ୍ଲୀରେ ଏଆଇଏଡିଏମକେକୁ ବୁଝାଇବାକୁ ବିଜେପି ସବୁ ପ୍ରକାରର ପ୍ରୟାସ କରିଥିଲା।କିନ୍ତୁ ଏଆଇଏଡିଏମକେ ନିଜ ଜିଦରେ ଅଟଳ ରହିଥିଲା। ହେଲେ ବିଜେପି ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନିଆ ଯାଇ ନଥିଲା। ତେଣୁ ଏବେ ଏଆଇଏଡିଏମକେ ସମ୍ପର୍କଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଚର୍ଚ୍ଚା ହେଉଛି ଏବେ ଘଊଇ ଛାଡି ବିରୋଧୀଙ୍କ ଓ.ଘ.ଊ.ଓ.ଇ ମେଂଟରେ ସାମିଲ ହେବ ଦଳ । କିନ୍ତୁ ଏହାକୁ ଖଣ୍ଡନ କରିଛି ଇଓଇଊଗକ । ଦଳ କହିଛି ଯେ ୨୦୨୪ ଲୋକସଭା ନିର୍ବାଚନରେ ଏକ ଅଲଗା ମୋର୍ଚ୍ଚାର ନେତୃତ୍ୱ ନେବ । ବର୍ତମାନ୨ଟି ପ୍ରମୁଖ ମିଳିତ ମଂଚ ରହିଛି । ଏଥିରେ ଗୋଟିଏ ହେଉଛି ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ଅନ୍ୟଟି କଂଗ୍ରେସ, ଟିଏମସି, ଆପ୍ ସମେତ ୨୮ବିରୋଧୀ ଦଳର ଓ.ଘ.ଊ.ଓ.ଇ ମେଂଟ । ଦେଶରେ ଏବେ ଅନେକ ଦଳ ରହିଛି ଯିଏ କି ଏବେ ବି ଘଊଇ ଏବଂ ଓ.ଘ.ଊ.ଓ.ଇ ର ଅଂଶ ହୋଇନାହାନ୍ତି ।

ଯେମିତି ତେଲଙ୍ଗନା ର ସିଏମ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଣଝଜ କଂଗ୍ରେସ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ, ସାଂସଦ ଅସଦୁଦିନ ଓବେସିଙ୍କ ଅଲଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମ ପାର୍ଟି ସମେତ ଅନେକ ଦଳ । ତେଣୁ ତାମିଲନାଡୁରେ ବି ଏକାକୀ ନିର୍ବାଚନ ଲଢିବ ଇଓଇଊଗକ । ଅନ୍ୟପଟେ କିଛି ଦିନ ତଳେ ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ । ଆଉ ଏବେ ଇଓଇଊଗକ, ଘଊଇ ର ହାତ ଛାଡିବା ପରେ ଜୋର ଧରିଛି ଦକ୍ଷିଣୀ ରାଜନୀତି ।

Related Articles

Back to top button
WP Twitter Auto Publish Powered By : XYZScripts.com