ଓଡ଼ିଶା

ବଜ୍ରପାତରେ ଅଣ ଓଡ଼ିଆଙ୍କ ମୃତ୍ୟୁ, କୁଡ଼ିଆ ଭିତରେ ଆଶ୍ରୟ ନେଇଥିବା ବେଳେ ଚାଲିଗଲା ଜୀବନ

ଦେବଗଡ:  ବଜ୍ରପାତରେ ଜଣେ ଅଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଓଟ ବୁଲାଇ ରୋଜଗାର କରିବାକୁ ଆସିଥିବା ବେଳେ ତାଙ୍କ ଜୀବନ ଯାଇଛି । ମୃତକ ଜଣକ ହେଲେ ଉତ୍ତରପ୍ରଦେଶ ମିର୍ଜାପୁର ଅଞ୍ଚଳର ୨୨ ବର୍ଷ ବୟସ୍କ ଦୀପ ଚାନ୍ଦ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଅଞ୍ଚଳରେ ଏପରି ଘଟଣା ଘଟିଛି । ବର୍ଷା କାରଣରୁ ଓଟକୁ ବାନ୍ଧି ଏକ କୁଡିଆ ଘର ମଧ୍ୟରେ ଆଶ୍ରୟ ନେଇଥିବା ବେଳେ ଏହାର ଉପରକୁ ବଜ୍ରପାତ ହୋଇଥିଲା । ଏଥିରେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com