Featuredଓଡ଼ିଶା

ଏମକେସିଜିରେ ବିରଳ ଅପରେସନ୍ । ଅସ୍ତ୍ରୋପଚାର ପରେ ସୁରକ୍ଷିତ ଭାବରେ ଶରୀରରୁ ବାହାରିଲା ଦେଢ ଫୁଟର ଶାବଳ ।

ଚିକିତ୍ସା ବିଜ୍ଞାନ ଦିନକୁ ଦିନ ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳୁଛି । କେତେବେଳେ ଯୋଡ଼ା ଶରୀରକୁ ପୃଥକ କରିବାରେ ସମର୍ଥ ହେଉଛି ତ କେତେବେଳେ କୃତ୍ରିମ ଅଙ୍ଗ ରୋପଣ କରି ନୂଆ ଜୀବନ ଦେବାରେ ସକ୍ଷମ ହେଉଛନ୍ତ୍‌ି ଡ଼ାକ୍ତର । ଡ଼ାକ୍ତରୀ ବିଜ୍ଞାନ ଦ୍ୱାରା ମୃତ୍ୟୁ ମୁଖରୁ ବଂଞ୍ଚାଇବାକୁ ମଧ୍ୟ ସମର୍ଥ ହୋଇଛି । ବର୍ତ୍ତମାନ ସମୟରେ ଏମକେସିଜିର ଏକ ବିରଳ ଅସ୍ତ୍ରୋପଚାରକୁ ନେଇ ପ୍ରବଳ ଚର୍ଚ୍ଚା ହେଉଛି । ଖବର ମୁତାବକ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ତଳସୁବର୍ଣ୍ଣଗିରି ଗ୍ରାମରେ ଏକ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ,ଜଣେ ନାବାଳକ ଶ୍ରମିକଙ୍କ ମଳଦ୍ୱାରରେ ଶାବଳ ପଶି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏକ୍ସରେ ପରେ ଅସ୍ତ୍ରୋପଚାର କରିବା ପାଇଁ ସର୍ଜରି ବିଭାଗର ଆସୋସିଏଟ୍ ପ୍ରଫେସର ଆଇ.ଗୋପାଳଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଏମ୍‌କେସିଜିର ଏହି ୧୦ ଜଣିଆ ଡାକ୍ତରୀ ଟିମ୍ ଦୀର୍ଘ ୫ ଘଣ୍ଟାର ଅପରେସନ୍ ପରେ ଶରୀରରୁ ପ୍ରାୟ ଦେଢ଼ ଫୁଟ ପଶିଯାଇଥିବା ଶାବଳକୁ ସୁରକ୍ଷିତ ଭାବେ ବାହାର କରିଥିଲେ ଏବଂ ଅଳ୍ପକେ ବଞ୍ଚି ଯାଇଥିଲା ନାବାଳକର ଜୀବନ । ତେବେ ଶରୀର ପେଲ୍‌ଭିସ୍ ହାଡ଼ ଭାଂଗିଯାଇଥିବା ବେଳେ ତାଙ୍କୁ ବର୍ତ୍ତମାନ ଆଇସିୟୁରେ ରଖାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com