ଜାତୀୟରାଜନୀତି

ପୋଲିସ ହେପାଜତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଙ୍ଗ ମାମଲାରେ ଆଜି ପୁଣିଥରେ ଇଡି ଜେରାର ସାମନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀ ।  ସୋନିଆ ଗାନ୍ଧୀଙ୍କୁ ବାରମ୍ବାର ପ୍ରବର୍ତ୍ତନ ମନ୍ତ୍ରଣାଳୟ ଜେରା ପାଇଁ ସମନ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ କର୍ମକର୍ତ୍ତା ।ଇଡିର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ଦେଶରେ ଥିବା ସମସ୍ତ ଇଡି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । କେବଳ ଏତିକି ନୁହେଁ ସଂସଦରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲା କଂଗ୍ରେସ । ଅନ୍ୟପଟେ କର୍ମୀଙ୍କୁ ନେଇ ବିଜୟ ଚୌକ ନିକଟରେ ଧାରଣାରେ ବସିଥିବାବେଳେ  ରାହୁଲ ଗାନ୍ଧୀଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କ ସହ ଧାରଣାରେ ବସିଥିବା କିଛି କଂଗ୍ରେସ ସାସଦଙ୍କୁ ମଧ୍ୟ ଗିରଫ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com