ଅନ୍ତର୍ଜାତୀୟଜାତୀୟ

ଯୁଦ୍ଧ ଜାହାଜ ବୁଡିବା ପରେ ପ୍ରତିଶୋଧ ପରାୟଣ ଋଷ : କିଭ୍ ଓ ପଶ୍ଚିମ ୟୁକ୍ରେନରେ ପୁଟିନ ସେନାର ଭୟଙ୍କର ଆକ୍ରମଣ

ନୂଆଦିଲ୍ଲୀ() ଯୁଦ୍ଧ ଜାହାଜ ମୋସ୍କଭ୍ ବୁଡ଼ିଯିବା ପରେ ରୁଷ୍ ଅଧିକ ପ୍ରତିଶୋଧ ପରାୟଣ ହୋଇଯାଇଛି। ଏହି ଜାହାଜକୁ ୟୁକ୍ରେନ ଆକ୍ରମଣ କରି ଧ୍ବଂସ କରିଦେଇଛି ବୋଲି ଦାବି କରିବା ପରେ ରୁଷ୍ ପୁଣିଥରେ କିଭ୍ ଏବଂ ପଶ୍ଚିମ ୟୁକ୍ରେନ୍ ରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି।

ଏବେ ରୁଷ ଟାର୍ଗେଟରେ ସାମରିକ ପ୍ରତିଷ୍ଠାନ । ରୁଷ ଆକ୍ରମଣରେ ୟୁକ୍ରେନ୍ ର ଦୁଇଟି ସାମରିକ ପ୍ରତିଷ୍ଠାନ ଧ୍ବଂସ ହୋଇଯାଇଛି। ୟୁକ୍ରେନ୍ ରାଜଧାନୀ କିଭ୍ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରୁଷ୍ ଏକ ପ୍ଲାଣ୍ଟ୍ କୁ କ୍ଷେପଣାସ୍ତ୍ର ମାଡ଼ କରି ଛାରଖାର କରିଦେଇଛି। ସାମରିକ ଫ୍ୟାକ୍ଟ୍ରିକୁ ଧ୍ବଂସ କରିବାପାଇଁ ରୁଷ୍ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିଛି। ଏହି ସାମରିକ ଫ୍ୟାକ୍ଟ୍ରିରେ ନେପଚୁନ୍ କ୍ରୁଜ୍ କ୍ଷେପଣାସ୍ତ୍ର ତିଆରି ହୋଇଥାଏ। ରୁଷ୍ ଏହି ଫ୍ୟାକ୍ଟ୍ରି ଉପରେ ୫ ଥର ଆକ୍ରମଣ କରିଛି। ରୁଷ୍ ର ଆକ୍ରମଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଛି।

ରୁଷ୍ କିଭ୍ ରୁ ସୈନ୍ୟ ପ୍ରତ୍ୟାହାର କରିବାପରେ ଗତ କିଛି ଦିନ ଧରି କିଭ୍ ରେ ଗୋଳାବର୍ଷା ବନ୍ଦ ଥିଲା। କିନ୍ତୁ ଗତ ୨ ଦିନ ହେଲା ରୁଷ୍ ପୁଣିଥରେ କିଭ୍ ରେ ଆକ୍ରମଣ ଆରମ୍ଭ କରିଛି। ରୁଷର ଏଭଳି ଆକ୍ରମଣ ଜାରି ରହିଥିବା ବେଳେ ଆମେରିକା ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ଯୁଦ୍ଧ ଏହି ବର୍ଷ ଶେଷ ହେବାର ନାହିଁ। ଏହା ଦୀର୍ଘ ଦିନ ଧରି ଚାଲିବ। ରୁଷ୍ ଏବେ ୟୁକ୍ରେନ୍ କୁ ଛାରଖାର କରିବା ପାଇଁ ଯେଭଳି ରଣନୀତି ଅବଲମ୍ବନ କରୁଛି ତାହା ଯୁଦ୍ଧକୁ ଆହୁରି ଦୀର୍ଘ କରିବ । ୨୦୨୨ ଶେଷ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ନେଟ୍ ପ୍ରାଇସ୍ କହିଛନ୍ତି।ରୁଷ୍ ପରମାଣୁ ଅସ୍ତ୍ର ମଧ୍ୟ ବ୍ୟବହାର କରିପାରେ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ ସ୍କି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com