ଜାତୀୟ

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ରାହୁଲଙ୍କ ପ୍ରତିକ୍ରିୟା: କେନ୍ଦ୍ର ସରକାର ଦେଶରେ କ୍ରୋଧ ଓ ଘୃଣାର ପରିବେଶ ସୃଷ୍ଟି କରୁଛନ୍ତି

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଆଜି ସୁପ୍ରିମକୋର୍ଟ ଭର୍ତ୍ସନା କରିବା ପରେ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଦେଶର ହିଂସା ଓ ଘୃଣାଭାବ କେବଳ ଜଣେ ଲୋକେ ସୃଷ୍ଟି କରି ନାହିଁ କେନ୍ଦ୍ର ସରକାର ଦେଶରେ ଏଭଳି ପରିବେଶ ସୃଷ୍ଟି କରୁଛନ୍ତି ବୋଲି ରାହୁଲ କହିଛନ୍ତି।

କେରଳ ୱାୟନଡ଼ରେ ମିଡିଆକୁ ସମ୍ବୋଧନ କରି ରାହୁଲ କହିଛନ୍ତି “ ସୁପ୍ରିମକୋର୍ଟ ସିନା ଏପରି କହିଲେ, କିନ୍ତୁ ବର୍ତ୍ତମାନର କେନ୍ଦ୍ର ସରକାର ଦେଶରେ ଏଭଳି ପରିବେଶ ସୃଷ୍ଟି କରିଛନ୍ତି। କେବଳ ଜଣେ ଲୋକ ମନ୍ତବ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇନି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ଓ ଆର୍‌ଏସ୍‌ଏସ୍‌ ଦେଶରେ ଏଭଳି ପରିବେଶ ସୃଷ୍ଟି କରିଛନ୍ତି। ଘୃଣା ଓ କ୍ରୋଧର ପରିବେଶ ସୃଷ୍ଟିହୋଇଛି। ଏହା ଭାରତ ଓ ଆମ ଲୋକମାନଙ୍କର ସ୍ୱାର୍ଥ ବିରୋଧୀ।”

Related Articles

Back to top button
WP Twitter Auto Publish Powered By : XYZScripts.com