ଜାତୀୟ

ସହିଦ ଭଗତ ସିଂହଙ୍କ ନାଁରେ ନାମିତ ହେବ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରର

ପଞ୍ଜାବର ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ ବଦଳିବ। ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହ ନାଁରେ ନାମିତ ହେବ ଏହି ବିମାନବନ୍ଦର। ଏନେଇ  ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଏନେଇ ମାନ ଓ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ମଧ୍ୟରେ ଏକ ବୈଠକ ହୋଇଥିଲା। ବୈଠକରେ ସହମତିକ୍ରମେ ନିଷ୍ପତ୍ତି ହୋଇଛି। ତେବେ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲେ ବି ବିମାନବନ୍ଦର ନୂଆ ନାମକରଣ କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ନୂଆ ନାମକରଣ ହେଲେ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରରକୁ ଲୋକେ ସହିଦ ଭଗନ୍ତ ସିଂହ ବିମାନବନ୍ଦର ବୋଲି ଜାଣିବେ।

Related Articles

Back to top button
WP Twitter Auto Publish Powered By : XYZScripts.com