Featuredଜାତୀୟରାଜନୀତି

କନ୍ୟାକୁମାରୀରୁ ବାହାରି କାଶ୍ମୀରରେ ପହଞ୍ଚିଲା ଭାରତ ଯୋଡ଼ ଯାତ୍ରା

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କନ୍ୟାକୁମାରୀରୁ ବାହାରିଥିବା ଭାରତ ଯୋଡ଼ ଯାତ୍ରା ଅନ୍ତିମ ଚରଣରେ କାଶ୍ମୀରରେ ପହଞ୍ଚିଛି । ଗୋଟିଏ ଟି-ସର୍ଟରେ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା କରିଛନ୍ତି ରାହୁଲ । ଜାମ୍ମୁ-କାଶ୍ମୀରରେ ପହଞ୍ଚିବା ପରେ ଘରକୁ ଫେରିବା ଭଳି ଲାଗୁଛି ବୋଲି ରାହୁଲ କହିଛନ୍ତି । ଉପତ୍ୟକାବାସୀଙ୍କ ଦୁଃଖ ମୁଁ ଜାଣିଛି ଓ ନତମସ୍ତକ ହୋଇ ସେମାନଙ୍କ ପାଖକୁ ଆସିଛି ବୋଲି ଆୟୋଜିତ ସଭାରେ ରାହୁଲ କହିଛନ୍ତି ।

ସେପଟେ ରାହୁଲଙ୍କ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରାକୁ ଶଙ୍କରାଚାର୍ଯ୍ୟଙ୍କ ଯାତ୍ରା ସହ ତୁଳନା କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା । ରାସ୍ତା ନଥିବା ବେଳେ ଜଙ୍ଗଲ ଦେଇ କନ୍ୟାକୁମାରୀରୁ କାଶ୍ମୀର ଆସିଥିଲେ ଶଙ୍କରାଚାର୍ଯ୍ୟ । ଏହି ଯାତ୍ରା କରିବାରେ ରାହୁଲ ଦ୍ବିତୀୟ ବ୍ୟକ୍ତି ବୋଲି ଫାରୁକ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com