ଜାତୀୟ

ମାନବ ତସ୍କରୀ ମାମଲାରେ ଖ୍ୟାତନାମା ଗାୟକ ଦଲେର ମେହେନ୍ଦୀ ଗିରଫ; ୨ ବର୍ଷର ଜେଲ୍ ସଜାକୁ କାଏମ ରଖିଲେ କୋର୍ଟ

ପଟିଆଲା: ଖ୍ୟାତନାମା ପଞ୍ଜବୀ ତଥା ବଲିଉଡ୍ ଗାୟକ ଦଲେର ମେହନ୍ଦୀ ଗିରଫ। ମାନବ ତସ୍କରୀ ମାମଲାରେ ଶୁଣାଣି କରି ଆଜି ପଟିୟାଲା କୋର୍ଟ ତାଙ୍କର ଦୁଇ ବର୍ଷର ଜେଲ୍‌ ଦଣ୍ଡ କାଏମ୍ ରଖିବା ପରେ ମହେନ୍ଦୀଙ୍କୁ ଗିରଫ କରାଯାଇଛି।

ଦଲେରଙ୍କ ବିରୋଧରେ ହୋଇଥିବା ଏହି ମାମଲା ୨୦୦୩ ମସିହାର। ହେଲେ ୧୫ ବର୍ଷ ପରେ ଏହି ମାମଲାର ଶୁଣାଣି କରି ଦଲେର ମେହେନ୍ଦୀଙ୍କୁ ୨ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇଥିଲେ କୋର୍ଟ। ଏବେ ପଟିଆଲା କୋର୍ଟ ଉକ୍ତ ଦଣ୍ଡକୁ କାଏମ ରଖିଛନ୍ତି। ଦଲେର ମେହେନ୍ଦୀ ଓ ତାଙ୍କ ଭାଇ ସମଶେରଙ୍କ ବିରୋଧରେ ମାନବ ଚାଲାଣ ଅଭିଯୋଗ ହୋଇଥିଲା।

ଦୁଇ ଭାଇ ବେଆଇନ୍ ଭାବେ ବିଦେଶକୁ ମାନବ ଚାଲାଣ କରି ମୋଟା ଅଙ୍କର ଟଙ୍କା କମାଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦଲେର୍ ମେହେନ୍ଦୀ ଓ ତାଙ୍କ ବିରୋଧରେ ମୋଟ ୩୧ଟି ମାମଲା ହୋଇଥିଲା। ପ୍ରଥମ ମାମଲା ୨୦୦୩ରେ ଆମେରିକାରେ କରାଯାଇଥିଲା। କାରଣ ଅଧିକାଂଶ ଲୋକ ଆମେରିକା ପଠାଇଥିଲେ ଦୁଇ ଭାଇ।

ଏହି ମାମଲାରେ ହୋଇଥିବା ଦୁଇ ବର୍ଷର ଜେଲ୍ ଦଣ୍ଡକୁ ପଟିୟାଲା କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସିଙ୍ଗର। ହେଲେ ଗୁରୁବାର କୋର୍ଟ ମାମଲାର ଶୁଣାଣି କରି ଦଲେରଙ୍କ ଆବଦେନକୁ ଖାରଜ କରିବା ସହ ତାଙ୍କ ଦୁଇ ବର୍ଷର ସଜାକୁ କାଏମ ରଖିଛନ୍ତି। ମାମଲାର ଶୁଣାଣି ବେଳେ କୋର୍ଟରେ ଉପସ୍ଥିତ ଥିଲେ ଦଲେର ଓ ତାଙ୍କ ଭାଇ। କୋର୍ଟ ରାୟ ଶୁଣାଇବା ପରେ ପୁଲିସ ଦୁଇ ଭାଇଙ୍କୁ ଘିରଫ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com