ଜାତୀୟରାଜନୀତି

ମର୍ସିଡ଼ିଜକୁ ଟପିଯାଇଛି ଅଟୋରିକ୍ସା , ଉଦ୍ଧବ ଠାକରେଙ୍କୁ ଏକନାଥଙ୍କ ବିଦ୍ରୁପ

ଏବେ ଅଟୋରିକ୍‌ସା ମର୍ସିଡିଜ୍‌କୁ ଟପିଯାଇଛି। ‘ମହା ବିକାଶ ଅଘାଡ଼ି’ ସରକାରକୁ ‘ବିଜେପି’ ସବୁବେଳେ ୩ ଚକିଆ ସରକାର କହୁଥିଲା ବୋଲି ମଙ୍ଗଳବାର ‘ଶିବସେନା’ ମୁଖ୍ୟ ଉଦ୍ଧବ ଠାକ୍‌ରେ ଦେଇଥିବା ମନ୍ତବ୍ୟକୁ ବୁଧବାର ବିଦ୍ରୂପ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏଭଳି କହିଛନ୍ତି । ସିନ୍ଦେ କହିଛନ୍ତି, ମୋ ନେତୃତ୍ବାଧୀନ ସରକାର ସାଧାରଣ ଜନତାଙ୍କ ନିମନ୍ତେ ଏବଂ ସମାଜର ସବୁ ବର୍ଗର ‌ଜନତାଙ୍କୁ ବିଚାର ଦେବା ପାଇଁ ପ୍ରତିବଦ୍ଧ । ସରକାର ଏଭଳି କାମ କରିବେ ଯେ, ‌ସମସ୍ତେ ଅନୁଭବ କରିବେ ଏଇଟା ତାଙ୍କ ନିଜସ୍ବ ସରକାର। ଏ ସରକାର ସାଧାରଣ ଜନତା ପାଇଁ ଏବଂ ସମସ୍ତଙ୍କୁ ବିଚାର ଦେବା ପାଇଁ ହୋଇଥିବାରୁ ଅଟୋରିକ୍ସା ମର୍ସିଡିଜ୍‌ କାର୍‌କୁ ଟପିଯାଇଛି। ଏଇଟା ହେଉଛି ପାର୍ଥକ୍ୟ। ଉଦ୍ଧବ ଠାକ୍‌ରେ କହିଥିଲେ ଯେ, ‘ଏମ୍‌ଭିଏ’ ସରକାରକୁ ‘ବିଜେପି’ ୩ଚକିଆ ସରକାର ବୋଲି କହୁଥିଲା। ଏହାର ପ୍ରତ୍ୟୁତ୍ତର ଦେଇ ଆଜି ସିନ୍ଦେ କହିଛନ୍ତି, ୩ଚକିଆ (ଅଟୋ) ଚଳାଉଥିବା ଲୋକଟି ଏବେ ସରକାର ଚଳାଉଛି। ସରକାର ଗଠନ ନିମନ୍ତେ ‘ବିଜେପି’ର ସହାୟତା ଉପରେ ନିର୍ଭର କରିବାର କାରଣ ଦର୍ଶାଇ ସିନ୍ଦେ କହିଛନ୍ତି, ‘ବିଜେପି’ ଦେଶବାସୀଙ୍କୁ ଦେଖାଇ ଦେଇଛି  ଯେ, ସେମାନଙ୍କ ଦଳ କେବଳ କ୍ଷମତା ନୁହେଁ, ବିଚାରଧାରା ସହ କାମ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com