ଜାତୀୟ

କଂଗ୍ରେସ ତରଫରୁ ଦେଶବ୍ୟାପି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଚାଲିଛି

କଂଗ୍ରେସ ତରଫରୁ ଦେଶବ୍ୟାପି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଚାଲିଛି । ଏଥିମଧ୍ୟରେ ସୋମବାର ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ ।

ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଗସ୍ତ ଅବସରରେ ୩ଟି ସାଙ୍ଗଠାନିକ ଜିଲ୍ଲା ଯଥା ରାଉଲକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟ ଯାତ୍ରାର କାର୍ଯ୍ୟକ୍ରମ ରହିଛି । ସୋମବାର ଝାଡ଼ଖଣ୍ଡରୁ ସିଧା ବୀରମିତ୍ରପୁର ରାମପାଳ ଛକ ଦେଇ ଓଡ଼ିଶାକୁ ପ୍ରବେଶ କରିବ ନ୍ୟାୟ ଯାତ୍ରା ।

Related Articles

Back to top button
WP Twitter Auto Publish Powered By : XYZScripts.com