Breaking NewsFeaturedକ୍ରୀଡ଼ାଜାତୀୟମନୋରଞ୍ଜନ

ରିଲିଜ ହେଲା ଧୋନୀଙ୍କ ପ୍ରଯୋଜିତ ପ୍ରଥମ ସିନେମା LGMର ଟ୍ରେଲର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କ୍ରିକେଟରେ ଯାଦୁ ଦେଖାଇବା ପରେ ଫିଲ୍ମ ଦୁନିଆରେ କମାଲ କରିବେ ମହେନ୍ଦ୍ର ସିଂହ ଧୋନୀ। ସିନେମା ଦୁନିଆରେ ପାଦ ଥାପିଛନ୍ତି ଭାରତୀୟ କକେଟ ଦଳର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଏମଏସ ଧୋନୀ । ତାଙ୍କ ପ୍ରଯୋଜନାରେ ପ୍ରଥମ ସିନେମା LGMର ଅଡିଓ ଓ ଟ୍ରେଲର ମୁକ୍ତିଲାଭ କରିଛି । ନିକଟରେ ଧୋନୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ନାମରେ ଏକ ପ୍ରଡକ୍ସନ ବ୍ୟାନର ଆରମ୍ଭ କରିଛନ୍ତି ଧୋନୀ। ଯେଉଁଥିରେ ତାଙ୍କ ପ୍ରଯୋଜନାରେ ପ୍ରଥମ ସିନେମା LGMର ତିଆରି କରାଯାଇଛି।

ବର୍ତ୍ତମାନ ଏହି ସିନେମାର ଅଡିଓ ଓ ଟ୍ରେଲର ରିଲିଜ ହୋଇଛି । ଏନେଇ ଚେନ୍ନାଇର ଲିଲା ପ୍ୟାଲେସ ହୋଟେଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଧୋନୀଙ୍କ ସହ ପତ୍ନୀ ସାକ୍ଷୀ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟ ଅଭିନେତା ଯୋଗୀ ବାବୁ ତାଙ୍କୁ ସିଏସକେ ଦଳରେ ନେବା ପାଇଁ ଧୋନୀଙ୍କୁ କହିଥିଲେ । ମାହି ମଧ୍ୟ ଏହାର ଜବାବ ରଖିବାକୁ ଯାଇ କହିଥିଲେ ଯେ ରାୟୁଡୁ ଅବସର ନେବା ପରେ ତାଙ୍କ ସ୍ଥାନ ଖାଲି ପଡିଛି । ସେହି ସ୍ଥାନରେ ଯୋଗୀ ବାବୁଙ୍କୁ ନେବା ପାଇଁ ମ୍ୟାଜେମେଣ୍ଟ ସହ କଥା ହେବି ବୋଲି ସେ କହିଥିଲେ । ଖାଲି ଏତିକି ନୁହେଁ ଧୋନୀ ମଜାଳିଆ ଢଙ୍ଗରେ ଯୋଗୀ ବାବୁଙ୍କୁ କହିଥିଲେ ଆପଣ ତ ସିନେମାରେ ସବୁବେଳେ ବ୍ୟସ୍ତ ରହୁଛନ୍ତି । ଖେଳିବାକୁ ହେଲେ ସବୁବେଳେ ସ୍ଥିର ପ୍ରଦର୍ଶନ ଦେବାକୁ ହେବ । ପ୍ରତିପକ୍ଷ ବୋଲରମାନେ ବହୁତ ଜୋରରେ ବୋଲିଂ କରିଥାନ୍ତି । ଏବଂ ସେମାନେ କେବଳ ତୁମକୁ ଆହତ କରିବାକୁ ଚାଷ୍ଟା କରିବେ । ତେବେ ଏଠି କହିରଖୁଛୁ ଯେ ବିଶ୍ୱରେ ଧୋନୀଙ୍କ ପ୍ରଶଂସକଙ୍କ ସଂଖ୍ୟା ଅଧିକ ଥିଲେ ବି ଚେନ୍ନାଇରେ ସବୁଠୁ ଅଧିକ ପାଗଳ ପ୍ୟାନ୍ସ ରହିଛନ୍ତି । ଏମିତିକି ଚେନ୍ନାଇ ସୁପର କିଙ୍ଗସ ସହିତ ଯୋଡି ହେବା ଦିନଠୁ ମାହିଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ମାହିଙ୍କ ପ୍ରଯୋଜିତ ପ୍ରଥମ ସିନେମାକୁ ଦର୍ଶକ ମାନେ ଖୁବ ଉତ୍ସାହର ସହ ଅପେକ୍ଷା କରୁଛନ୍ତି ।

LGM Trailer Mobile News 24 X 7

Related Articles

Back to top button
WP Twitter Auto Publish Powered By : XYZScripts.com