Breaking NewsFeaturedକ୍ରୀଡ଼ା

ସ୍ୱର୍ଣ୍ଣ ଜିତିଲେ ନୀରଜ ପଞ୍ଚମରେ କିଶୋର

 

ପୁଣି ଇତିହାସ ରଚିଲେ ଗୋଲଡେନ ବୟ ନୀରଜ ଚୋପ୍ରା ୱାର୍ଲଡ ଆଥେଲେଟିକ୍ସ ଚାମ୍ପିଅନସିପର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ । ଆଉ ଦେଶପାଇଁ ଏହି ଗୋଲ୍ଡ ମେଡାଲ ଜିତିଛନ୍ତି ଗୋଲଡେନ ବୟ ନୀରଜ ଚୋପ୍ରା । ବୁଦାପେଷ୍ଟରେ ଅନୁଷ୍ଠିତ ପୁରୁଷ ଜାଭଲିନ ଥ୍ରୋ ଫାଇନାଲରେ ଐତିହାସିକ ସଫଳତା ପାଇଛନ୍ତି ନୀରଜ । ତେବେ ପ୍ରଥମ ଥ୍ରୋ ଫାଉଲରୁ ଆରମ୍ଭ ରିଥିଲେ ବି ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭେଲିଙ୍ଗ ଫୋପାଡି ସ୍ୱର୍ଣ୍ଣ ପଦକ ପାଇଁ ଦାବିଦାର ହୋଇଥିଲେ ନୀରଜ ।

ସେହିପରି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଅର୍ଶଦ ନଦୀମ ଋତୁର ଶ୍ରେଷ୍ଠ ପ୍ରଦର୍ସନ ସହ ୮୭.୮୨ମିଟରରେ ରୌପ୍ୟ ଏବଂ ଚେକ ରିପବ୍ଲିକର ଜାକବ ଭାଦଲେଜକ ୮୬.୬୭ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି । ଏଥିସହ ନୀରଜଙ୍କ ସୋ କେସରେ ବିଶ୍ୱ ଚାମ୍ପିଅନସିପ ସ୍ୱର୍ଣ୍ଣ ପାଇଁ ଥିବା ଖାଲି ସ୍ଥାନ ଏବେ ପୂରଣ ହୋଇଛି । ତେବେ ଏହା ପୂର୍ବରୁ ୨୦୨୨ରେ ରୋପ୍ୟ ଓ ୨୦୧୭ରେ ୧୫ ତମ ସ୍ଥାନରେ ରହିଥିବା ବେଳେ ଏବେ ତାଙ୍କର ସ୍ୱର୍ଣ୍ଣ ସ୍ୱପ୍ନ ସାକାର ହୋଇଛି । ସେହିପରି ବିଶ୍ୱ ଆଥେଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ଭାବେ ନୀରଜ ଏହି ବିରଳ ସଫଳତାର ଅଧିକାରୀ ହୋଇପାରିଛନ୍ତି ।

ତେବେ ପୂର୍ବରୁ ଟୋକିଓ ଅଲିମ୍ପିକରେ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଥିଲେ ନୀରଜ । ସ୍ୱର୍ଣ୍ଣ ବିଜୟର ଠକ ଦୁଇ ବର୍ଷ ପରେ ନୀରଜ ଚୋପ୍ରା ଏହି ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ଫଳରେ ସମସ୍ତ ପ୍ରମୁଖ ବିଶ୍ୱ ସ୍ତରୀୟ ପ୍ରତିଯୋଗୀତା ଯେମିତିକି ଅଲିମ୍ପିକ୍ସ, ରାଜ୍ୟ ଗୋଷ୍ଠୀ, ଏସୀୟ କ୍ରିଡା ଆଦିରେ ସ୍ୱର୍ଣ୍ଣ ପଦକ କବଜା କରିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ଏବେ ନୀରଜଙ୍କ ଲ୍ୱର୍ଣ୍ଣିମ ସଫଳତାରେ ସାରା ଦେଶ ଉତ୍ସବମୁଖର ହୋଇଯାଇଛି । କ୍ରୀଡାପ୍ରେମୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଧେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ ବିଶ୍ୱ ଆଥେଲେଟିକ୍ସ ଚାମ୍ବିଅନସିପରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଓଡିଆ ପୁଅ କିଶୋର କୁମାର ଜେନା । ପଦକ ପାଇନଥିଲେ ବି ନିରାଶ କରିନାହାନ୍ତି । ଦମଦାର ପ୍ରଦର୍ଶନ ସହ ସେ ପଞ୍ଚମ ସ୍ଥାନରେ ରହିଛନ୍ତି । ନିଜର ପଂଚମ ପ୍ରୟାସରେ ବ୍ୟକ୍ତିଗ ଶ୍ରେଷ୍ଠ ପ୍ରଦର୍ଶନ ୭୪.୭୭ ମିଟର ଜାଭେଲିଙ୍ଗ ଫୋପାଡିଛନ୍ତି କିଶୋର ।

ପ୍ରଥମ ପ୍ରୟାସରେ କିଶୋର ୭୫.୭୦ ମିଟର ଏବଂ ଦ୍ୱିତୀୟ ପ୍ରୟାସରେ ୮୨.୮୨ ମିଟର ଥ୍ରୋ କରିଥିବା ବେଳେ ତୃତୀୟ ଥ୍ରୋ ଫାଉଲ ହୋଇଥିଲା । ତେବେ ଚୂଡାନ୍ତ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ କିଶୋର ବ୍ୟକ୍ତିଗତ ପ୍ରଦର୍ସନ ସହ ୮୪.୭୭ ମିଟର ଥ୍ରୋ କରିଥିଲେ । ତାହଅକ ତଳକୁ ଅନ୍ୟ ଜଣେ ଭାରତୀୟ ଡିପି ମନୁ ୮୪.୧୪ ମିଟର ଜାଭେଲିଙ୍ଗ ଫୋପାଡି ଷଷ୍ଠ ସ୍ଥାନରେ ରହିଥିଲେ । ତେବେ ଇଭେଂଟ ଆରମ୍ଭରୁ ସମସ୍ତ ଭାରତୀୟଙ୍କ ନଜର ନୀରଜ, ମନୁ ଓ କିଶୋରଙ୍କ ଉପରେ ରହିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com