କ୍ରୀଡ଼ା

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇଅନ୍ ମୋର୍ଗାନ୍

ଭୁବନେଶ୍ୱର, ୧୩/୦୨/୨୦୨୩ –    ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଆନ୍ ମୋର୍ଗାନ୍ । ସୋମବାର ଟ୍ୱିଟର ଜରିଆରେ ଏନେଇ ମୋର୍ଗାନ୍ ସୂଚନା ଦେଇଛନ୍ତି । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମ କରି ଦିନିକିଆ ବିଶ୍ୱକପ୍ ଜିତିଥିଲା । ଇଂଲଣ୍ଡ ଦଳରେ ସାମିଲ ହେବା ପୂର୍ବରୁ ସେ ଆୟରଲାଣ୍ଡ ପକ୍ଷରୁ ମଧ୍ୟ କ୍ରିକେଟ୍ ଖେଳୁଥିଲେ ।

୩୬ ବର୍ଷୀୟ ମୋର୍ଗାନ୍ ନିଜ କ୍ୟାରିୟରେ ସେ ଦିନିକିଆରେ ୨୪୮ ମ୍ୟାଚରେ  ୭୭୦୨ ରନ, ୧୧୫ ଟି T-20 ମ୍ୟାଚରେ ୨୪୫୮ ରନ୍ ଏବଂ ୧୬ ଟି ଟେଷ୍ଟରୁ ୭୦୦ ରନ୍ ସଂଗ୍ରହ କରିଛନ୍ତି । ସେହିପରି ୧୨୬ଟି ଦିନିକିଆ ଓ ୭୨ଟି ଟି-୨୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଯେଉଁଥିରୁ ମିଳିତ ଭାବେ ସେ ୧୧୮ଟି ମ୍ୟାଚରେ ବିଜୟୀ ହେବାର ରେକର୍ଡ ଅର୍ଜନ କରିଛନ୍ତି । ୧୬ ବର୍ଷ ବୟସରେ ସେ ପଦାର୍ପଣ କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com