Featuredକ୍ରୀଡ଼ାଜାତୀୟ

T-20ରେ ରୋହିତ ଶର୍ମାଙ୍କ ଜାଗା ନେଇପାରନ୍ତି ଏହି ୩ ଖେଳାଳି 

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ସଦ୍ୟ ସମାପ୍ତ ହୋଇଥିବା IPLର ୧୬ ତମ ସିଜିନରେ ଆଶାନୁରୂପକ ପ୍ରଦର୍ଶନ କରିନାହାନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା । ଯାହା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ଏହି ସିଜିନରେ ରୋହିତ ୧୬ ଟି ମ୍ୟାଚରୁ ୨୦.୭୫ ହାରରେ ମାତ୍ର ୩୩୨ ରନ ସଂଗ୍ରହ କରିପାରିଥିଲେ । ତେବେ ଏସବୁ ଭିତରେ କିଛି କ୍ରିକେଟ ସମୀକ୍ଷକ ରୋହିତଙ୍କ ବଦଳ ଖେଳାଳି କିଏ ହେବ ବୋଲି ଚର୍ଚ୍ଚା କରିଲେଣି ।

କ୍ରିକେଟ ବିଶାରଦଙ୍କ ଅନୁସାରେ ଶୁବମନ ଗିଲ, ଯଶସ୍ୱୀ ଜୟସ୍ୱାଲ କିମ୍ବା ମୁମ୍ବାଇର ତିଲକ ବର୍ମା ଭବିଷ୍ୟତରେ ଟ୍ୱେଣ୍ଟି-୨୦ ଫର୍ମାଟରେ ରୋହିତଙ୍କ ସ୍ଥାନ ନେଇପାରିବେ । କାରଣ ଯଦି ୨୦୨୩ ଆଇପିଏଲରେ ଏହି ୩ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ତେବେ ସମସ୍ତେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ତେବେ ଶୁବମନ ଗିଲ ହେଉଛନ୍ତି ରୋହିତଙ୍କ ସ୍ଥାନରେ ପ୍ରଥମ ଦାବିଦାର । ଏହି ସିଜିନରେ ସେ ୧୭ଟି ମ୍ୟାଚରୁ ୮୯୦ ରନ ହାସଲ କରିଛନ୍ତି। ଯେଉଁଥିରେ ୩ଟି ସେଞ୍ଚୁରୀ ଏବଂ ୪ଟି ହାଫ୍ ସେଞ୍ଚୁରୀ ରହିଛି । ତେଣୁ ଏଭଳି ଚମତ୍କାର ଫର୍ମରେ ଥିବାରୁ ତାଙ୍କ ନାଁ ଚର୍ଚ୍ଚା ହେଉଛି ।
ସେହିପରି ଜୟସ୍ୱାଲ ୨୦୨୩ ଆଇପିଏଲରେ ଦମଦାର ଫର୍ମରେ ନଜର ଆସିଥିଲେ । ରାଜସ୍ଥାନ ଦଳରୁ ଖେଳୁଥିବା ଜୟସ୍ୱାଲ ଇନିଂସ ଓପନ କରିବା ସହ ୧୪ଟି ମ୍ୟାଚରୁ ୧୬୩. ୬୧ ଷ୍ଟ୍ରାଇକ ରେଟ୍ ରଖି ମୋଟ ୬୨୫ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧ ଶତକ ସାମିଲ ରହିଥିଲା ।

ସେହିଭଳି ମୁମ୍ବାଇର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ନାମ ମଧ୍ୟ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି । ଏହି ସିଜିନରେ ତିଲକ ୧୧ଟି ମ୍ୟାଚରୁ ୧୬୪ .୧୧ ଷ୍ଟ୍ରାଇକ ରେଟ ସହିତ ୩୪୩ ରନ ସଂଗ୍ରହ କରିଛନ୍ତି । ଏହି କାରଣ ଗୁଡିକ ପାଇଁ ଭବିଷ୍ୟତରେ ଟି-୨୦ ଫର୍ମାଟରେ ରୋହିତଙ୍କ ସ୍ଥାନରେ ଶୁବମନ ଗିଲ, ଜୟସ୍ୱାଲ ଏବଂ ତିଲକ ବର୍ମାଙ୍କ ନାମକୁ ନେଇ ଆଲୋଚନା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com