ଜାତୀୟରାଜନୀତି

ଛତିଶଗଡ଼ ବିଧାନସଭାରେ ବଜେଟ୍‌ ଉପସ୍ଥାପନ ପାଇଁ ଗୋବର ନିର୍ମିତ ବ୍ୟାଗ୍‌ ଆଣିଲେ ମୁଖ୍ୟମନ୍ତ୍ରୀ ବାଘେଲ୍‌

ରାୟପୁର: ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବା ପାଇଁ ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଗାଈ ଗୋବରରେ ତିଆରି ହୋଇଥିବା ଗୋଟାଏ ବ୍ରିଫ୍‌କେସ୍‌ ଧରି ଆସିଥିଲେ।

୨୦୨୨-୨୩ ବଜେଟ୍‌ ଉପସ୍ଥାପନ କରିବାକୁ ଗୋବର ନିର୍ମିତ ଚାରିକୋଣିଆ ବ୍ରିଫ୍‌କେସ୍‌ ଧରି ସେ ଫଟୋ ପାଇଁ ମଧ୍ୟ ପୋଜ୍‌ ଦେଇଥିଲେ। ସୂଚନାଯୋଗ୍ୟ, ସୋମବାର ଦିନ ଛତିଶଗଡ଼ରେ ବଜେଟ୍‌ ଅଧିବେଶନ ଆରମ୍ଭ ହେବା ପରେ ଆଜି ୨୦୨୨-୨୩ର ବଜେଟ୍‌ ଉପସ୍ଥାପନ କରାଯାଉଛି।

ପୂର୍ବରୁ କୃଷିକ ଅଧିକ ଲାଭପ୍ରଦ କରିବା, ବୁଲା ଗାଈଗୋରୁଙ୍କ ତତ୍ତ୍ବ ନେବା, ଜୈବ କୃଷିର ପ୍ରସାର ଏବଂ ଗ୍ରାମୀଣ ଅର୍ଥନୀତି ବିକାଶ ପାଇଁ ଭୂପେଶ ବାଘେଲ୍‌ ଅନେକ ପଦ‌କ୍ଷେପ ଗ୍ରହଣ କରିଛନ୍ତି।

Image Courtesy of Dailyindia.net

୨୦୨୦ରେ କଂଗ୍ରେସଶାସିତ ଛତିଶଗଡ଼ ସରକାର ଘୋଷଣା କରିଥିଲେ ଯେ, ଗାଈ ଚାଷୀ ଏବଂ କୃଷକମାନଙ୍କ ଠାରୁ ସରକାର ଗୋବର ଖରିଦ କରିବେ। ଏଭଳି ପଦକ୍ଷେପ ନେବାରେ ଛତିଶଗଡ଼ ହେଉଛି ଦେଶର ପ୍ରଥମ ରାଜ୍ୟ।

‘ଗୋଧନ ନ୍ୟାୟ ଯୋଜନା’ରେ ଗୋବର କିଣି ଗାଈଗୋରୁ ମାଲିକମାନଙ୍କୁ ଆୟ ଯୋଗାଇବା ଲକ୍ଷ୍ୟ ଥିଲେ ମଧ୍ୟ ରାଜ୍ୟରେ ରାସାୟନିକ ସାର ଅଭାବଜନିତ ସଙ୍କଟକୁ ଏହା ଦୂରେଇବାରେ ସହାୟକ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com