Mumbai, June 29 (ANI): Maharashtra CM and Shiv Sena leader Uddhav Thackeray addresses people of the state, in Mumbai on Wednesday. (ANI Photo)
‘ଥାନେ ମହାନଗର ନିଗମ’ ୬୬ଜଣ ‘ଶିବସେନା’ କର୍ପୋରେଟର୍ ଏକନାଥ ସିନ୍ଦେଙ୍କ ଶିବିରରେ ଯୋଗ ଦେଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ୨୦୧୭ରେ ସେମାନେ ‘ସେନା’ ଟିକେଟ୍ରେ ‘ଥାନେ ମହାନଗର ନିଗମ’ ନିର୍ବାଚନରେ ଲଢ଼ି ବିଜୟ ହାସଲ କରିଥିଲେ। କିନ୍ତୁ, କିଛି ମାସ ପୂର୍ବରୁ ସେମାନଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଛି। ବୁଧବାର ରାତିରେ ୬୬ଜଣ ବିଦ୍ରୋହୀ କର୍ପୋରେଟର୍ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ୬୭ଜଣ ଶିବସେନା କର୍ପୋରେଟର୍ଙ୍କ ମଧ୍ୟରୁ ୬୬ଜଣ ବିଦ୍ରୋହ କରି ସିନ୍ଦେଙ୍କ ଶିବିରକୁ ଯିବା ଅର୍ଥ ‘ଥାନେ ମହାନଗର ନିଗମ’ ଉପରୁ ଉଦ୍ଧବ ଠାକ୍ରେ ନିୟନ୍ତ୍ରଣ ହରାଇବା। ଚଳିତ ବର୍ଷ ପ୍ରାରମ୍ଭରେ ‘ଥାନେ ମହାନଗର ନିଗମ’ ନିର୍ବାଚନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏଥିରେ ‘ଓବିସି’ କୋଟା ସଂରକ୍ଷିତ ଆସନ ପାଇଁ ବିବାଦ ସୃଷ୍ଟି ହେବାରୁ ସୁପ୍ରିମ୍ କୋର୍ଟରେ ମାମଲା ରୁଜୁ କରାଯାଇଥିଲା। ସୁପ୍ରିମ୍ କୋର୍ଟ ନିର୍ବାଚନ ଉପରେ ରହିତାଦେଶ ଜାରି କରିଥିବାରୁ ସେଠାରେ ନିର୍ବାଚନ ହୋଇନାହିଁ। ତେଣୁ, ‘ମୁନିସ୍ପାଲ୍ କମିସନର୍’ ଡକ୍ଟର୍ ବିପିନ ଶର୍ମା ପ୍ରଶାସନିକ ଅଧିକାରୀ ଭାବେ ‘ଥାନେ ପୌରପାଳ’ ଚଳାଉଛନ୍ତି।
Back to top button