Breaking NewsFeaturedଓଡ଼ିଶାରାଜନୀତି

ବିଜେଡିର ରଣନୀତି: ଷଷ୍ଠ ଥର ପାଇଁ କେମିତି ହେଲେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ

ମୁଣ୍ଡ ଉପରେ ୨୪-ନିର୍ବାଚନ । ତେଣୁ ପୂରା କମର କଷିଲାଣି ବିଜେଡି । ଆଜି ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ବରିଷ୍ଠ ନେତୃମଣ୍ଡଳୀଙ୍କଠାରୁ ଆରମ୍ଭ କରି ଯୁବ ନେତୃତ୍ୱ, ସମସ୍ତେ ହୋଇଛନ୍ତି ଏକାଠି । ଉଠୁଛି ପଡୁଛି ଶଙ୍ଖ ଭବନ । ସାରା ରାଇଜର ନଜର ଭୁବନେଶ୍ୱର । ୨୦୨୦ରେ ଶେଷଥର ପାଇଁ ବସିଥିଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ । ତେଣୁ ୩ ବର୍ଷ ପରେ ଦଳ ସାଉଁଟିବ ଆହୁରି ବଳ । କେଉଁ ରଣନୀତି ନେଇ ଲୋକମାନଙ୍କ ପାଖକୁ ଯିବ ଦଳ ତାର ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ । ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଂକଳ୍ପ ନେବେ ସମସ୍ତ ନେତା ଓ କର୍ମୀ ।
ଦେଖନ୍ତୁ କଣ କହୁଛନ୍ତି ନେତୃମଣ୍ଡଳୀ….

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ପାଇଁ ସମସ୍ତେ ସଜାଗ । ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ଦଳର ଛାମୁଆ ସଂଗଠନ ସଭାପତି ଏବଂ ନିମନ୍ତ୍ରିତ ଅତିଥି ହୋଇଛନ୍ତି ସାମିଲ୍ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ନିକଟରେ ବିଜେଡିରେ ସାମିଲ୍ ହୋଇଥିବା ଭିକେ ପାଣ୍ଡିଆନ ପ୍ରମୁଖ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି ଦଳର ନୀତି ନିର୍ଦ୍ଧାରଣ ପାଇଁ । ବୈଠକରେ ସାମାଜିକ, ରାଜନୀତିକ ଏବଂ ସାଂଗଠନିକ ପ୍ରସ୍ତାବ ଆଦି ପାରିତ ହେବ ବୋଲି ସୂଚନା ମିଳୁଛି । ସେହିପରି ବିଜେଡିର ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ସଫଳତାର ଗାଥା ସମ୍ପର୍କରେ ଆଲୋଚନା ହେବ । ଆଉ ସବୁଠୁ ବଡ଼ କଥା ମହିଳାଙ୍କୁ ସଶକ୍ତ କରିବା ପାଇଁ ନବୀନଙ୍କ ସମସ୍ତ ଯୋଜନା, ମିସନ ଶକ୍ତି, ଯୁବ ବିକାଶ ଆଦି ପ୍ରସଙ୍ଗ ବେଶ୍ ଗୁରୁତ୍ୱ ବହନ କରିବ । ସେହି ଅନୁସାରେ ପ୍ରସ୍ତୁତ ହେବ ୨୦୨୪ ପାଇଁ ରୋଡ୍ ମ୍ୟାପ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com