ଜାତୀୟରାଜନୀତି

ଆକାଶ ପଥରେ ମାଡ଼ ହେଲା ପଞ୍ଜାବ ରାଜନୀତି: ମୋଦିଙ୍କ ପାଇଁ ଅଟକିଲା ଚନ୍ନିଙ୍କ ବିମାନ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ବଡ଼ ବଡ଼ ଦଳର ମୁଖିଆମାନେ ଆକାଶ ପଥରେ ଧୂଆଁଧାର ଗସ୍ତ କରୁଛନ୍ତି। ବିମାନ ଉଡ଼ାଣକୁ ନେଇ ଏକ ରୋଚକ ରାଜନୈତିକ ବାଦବିବାଦ ସାମ୍ନାକୁ ଆସିଛି। ମୋଦିଙ୍କ ବିମାନ ପାଇଁ ଅଟକିଲା ଚନ୍ନିଙ୍କ ବିମାନ।  ସୋମବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ଉଡ଼ାଣ ପାଇଁ ଅନୁମତି ମିଳିନି। ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଚଳପ୍ରଚଳ ନେଇ ଚଣ୍ଡିଗଡ଼ରେ ରାଜେନ୍ଦ୍ର ପାର୍କକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି।

ଫଳରେ ଚନ୍ନିଙ୍କ ହେଲିକପ୍ଟରକୁ ଟେକ୍‌ ଅଫ୍ ପାଇଁ ଅନୁମତି ଦିଆଯାଇ ନାହିଁ। ପଞ୍ଜାବର ହୋସିରାପୁରରେ ଏକ ନିର୍ବାଚନ ରାଲିରେ ଚନ୍ନି ଗସ୍ତ କରିବାର ଥିଲା। ଉକ୍ତ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। କିନ୍ତୁ ହୋସିରାପୁରକୁ ରାହୁଲ ଗାନ୍ଧୀଙ୍କ ବିମାନକୁ ଅନୁମତି ଦିଆଯାଇଛି। ଏହାରି ମଧ୍ୟରେ  ପ୍ରଧାମନ୍ତ୍ରୀ ମୋଦି  ଜଳନ୍ଧରରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଛନ୍ତି। ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜଖର କହିଛନ୍ତି ଯେ, ହୋସିରାପୁରକୁ ଚନ୍ନିଙ୍କର ଗସ୍ତ କାର୍ଯ୍ୟକ୍ରମ ଥିଲା। କିନ୍ତୁ ତାଙ୍କ ହେଲିକପ୍ଟରକୁ ଅନୁମତି ଦିଆ ନଯିବା ଲଜ୍ଜାଜନ ବିଷୟ।

ଯଦି ଏହି ଘଟଣାକୁ ନିର୍ବାଚନ କମିଶନ ଗୁରୁତର ସହ ନ ନିଅନ୍ତି ତେବେ ନିର୍ବାଚନ ଗୁଡ଼ିକ ଏକ ଫାର୍ଶ ବୁଝିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଫେବୃଆରୀ ୨୦ରେ ପଞ୍ଜାବ ନିର୍ବାଚନ ହେବ।  ମାର୍ଚ୍ଚ ୧୦ରେ ଗଣତି ହେବ। ଏଠାରେ ଶାସ୍‌କ ଦଳ କଂଗ୍ରେସ ପାଇଁ ଏଥର ଶିରୋମଣି ଅକାଳି ଦଳ, ଆମ ଆଦମୀ ପାର୍ଟି , ବିଜେପି ଏବଂ ଏହାର ମେଣ୍ଟ ଲୋକ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦୀ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com