Featuredଜାତୀୟ

ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କ ସହ ଅସଦାଚରଣ କଲେ ଜେଲ ଯିବେ

ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କ ସହ ଅସଦାଚରଣ ଓ ଆକ୍ରମଣ କଲେ ସିଧା ଜେଲ ଯିବାକୁ ପଡିପାରେ । ଗୁରୁଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଥିଲା । କୁକୁରମାନଙ୍କୁ ଖାଇବାକୁ ଦେଉଥିବା ଜଣେ ମହିଳାଙ୍କୁ ତାଙ୍କ ପଡ଼ୋଶୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲା ଥାନାକୁ ଯାଇଥିଲା ।

କୁକୁର ପ୍ରେମୀ ମଣିଷକୁ ତାଙ୍କ ପଡୋଶୀ କୁକୁରମାନଙ୍କୁ କାଇବାକୁ ଦେବାକୁ ବାରଣ କରିଥିଲେ । କିନ୍ତୁ ମହିଳା ଜଣଙ୍କ ତାଙ୍କ ଶୁଣିନଥିଲେ । ଏଥିରେ କ୍ରୋଧିତ ହୋଇ ସେ କୁକୁରମାନଙ୍କୁ ପିଟିବା ଆରମ୍ଭ କଲେ ଏବଂ ଏହାକୁ ବିରୋଧ କଲେ କୁକୁର ପ୍ରେମୀ ମହିଳା । ପରେ ଏ ମହିଳାଙ୍କୁ ମଧ୍ୟ ତାଙ୍କ ପଡୋଶୀ ଅସଦାଚରଣ କରିବା ସହ ତାଙ୍କୁ ପିଟିଥିଲେ । ଏହି ପ୍ରସଙ୍ଗରେ ଗୁରୁଗ୍ରାମ ପୋଲିସ ବର୍ତ୍ତମାନ ଅଭିଯୁକ୍ତ ପଡୋଶୀଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିଛି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ତାଙ୍କୁ ରକ୍ଷା କରିବାକୁ ଆସିଥିବା ତାଙ୍କ ଭଉଣୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com