ଜାତୀୟରାଜନୀତି

ନୁପୁରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ

କୋଲକତା: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିବା ପୂର୍ବତନ ଭାଜପା ନେତ୍ରୀ ନୁପୁର ଶର୍ମାଙ୍କ ବିରୋଧରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଏହି ଘଟଣାରେ ରାଜ୍ୟର ଅନେକ ସ୍ଥାନରେ ହିଂସା ଘଟଣା ଘଟିଥିଲା। ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ। କିନ୍ତୁ ବିବାଦୀୟ ମନ୍ତବ୍ୟ ଦେଇଥିବା ନୁପୁର ଶର୍ମାଙ୍କୁ ଏପର୍ଯ୍ୟନ୍ତ କିପରି ଗିରଫ କରାଯାଇନାହିଁ। ମୁଁ ଜାଣେ ତାଙ୍କୁ ଗିରଫ କରାଯିବ ନାହିଁ। ଏଭଳି ମନ୍ତବ୍ୟ କେବଳ ହିଂସା ନୁହେଁ ବରଂ ସାମାଜିକ ବିଭାଜନ ମଧ୍ୟ ଆଣିଥାଏ। ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟକୁ ନେଇ ଦେଶର ଅନେକ ସହରରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com