ଜାତୀୟରାଜନୀତି

ଟିଏମସି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳି କରି ହତ୍ୟା

ଟିଏମସି ନେତାଙ୍କୁ ହତ୍ୟା । ପଶ୍ଚିମବଙ୍ଗରେ ଗୁରୁବାର ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହି ଜଘନ୍ୟ ହତ୍ୟାକାଣ୍ଡରେ ଶାସକ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ସମେତ ୩ ଜଣ ପ୍ରାଣ ହରାଇଛନ୍ତି। ବାଇକରେ ଯାଉଥିବା ଟିଏମସି ନେତା ସ୍ବପନ୍‌ ମାଝୀ ଏବଂ ତାଙ୍କର ଦୁଇ ଜଣ ସାଥୀଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳି ମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗରେ ରାଜନୈତିକ ଆକ୍ରୋଶ ଥମିବାର ନାଁ ନେଉନାହିଁ । ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଗୁରୁବାର ସକାଳେ ୨୪ ପ୍ରଗଣା ଜିଲ୍ଲାର କେନିଙ୍ଗ ସ୍ଥିତ ଗୋପାଳନଗରରେ ଟିଏମସି ନେତା ସ୍ବପନ୍‌ ମାଝୀ ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ବାଇକରେ ଯାଉଥିଲେ । ଏହି ସମୟରେ କିଛି ଦୁବୁର୍ତ୍ତ ତାଙ୍କ ମୋଟରସାଇକେଲ ରୋକିଥିଲେ ଆଖିବୁଜା ଗୁଳିମାଡ କରିଥିଲେ । ସ୍ବପନ୍‌ଙ୍କ ଦୁଇଜଣ ବନ୍ଧୁ ସେଠାରୁ ପଳେଇଯିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ଦୁବୁର୍ତ୍ତମାନେ ତାଙ୍କୁ ମଧ୍ୟ ଗୁଳିମାଡ କରିଥିଲେ । ଫଳରେ ଭୁତନାଥ ପ୍ରମାଣିକ ଏବଂ ଝଣ୍ଟୁ ହଲଦାର ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।  ଏହାପରେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଛାନଭିନ୍‌ ଆରମ୍ଭ କରିଦେଇଛି । ପୋଲିସ ଗୁଳିମାଡ ସ୍ଥାନରୁ ବୋମା ଏବଂ ବୁଲେଟ୍ ଜବତ କରିଛି । ଅନ୍ୟପଟେ ହତ୍ୟାକାଣ୍ଡ ପଛରେ ବିଜେପି ନେତାଙ୍କ ହାତ ଥିବା ଅଭିଯୋଗ କରିଛି ଟିଏମସି । ଘଟଣାକୁ ନେଇ କେନିଙ୍ଗ ଟିଏମସି ବିଧାୟକ ପି ଦାସ କହିଛନ୍ତି ଯେ, ସ୍ବପନ୍‌ ମାଝୀଙ୍କୁ କିଛିଦିନ ହେଲା ଧମକପୂର୍ଣ୍ଣ ଫୋନ ଆସୁଥିଲା । ଦୁବୁର୍ତ୍ତ ମାନେ ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଥିଲେ । ଏଥିରେ ବିଜେପି ନେତାଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com