ଅନ୍ତର୍ଜାତୀୟଭାଇରାଲ୍ ଭିଡିଓ

ବିଶ୍ୱର ସବୁଠୁ ଡେଙ୍ଗା କିଶୋରଙ୍କ ଭିଡିଓ ସେୟାର କଲା ଗିନିଜ୍ ବୁକ୍, ଦେଖିଲେଣି ଲକ୍ଷ ଲକ୍ଷ ୟୁଜର

ନୂଆଦିଲ୍ଲୀ :  ଗିନିଜ୍ ବିଶ୍ୱ ରେକର୍ଡ ଶନିବାର ବିଶ୍ୱର ସବୁଠାରୁ ଡେଙ୍ଗା ବାଳକଙ୍କ ଭିଡିଓ ସେୟାର କରିଛି । ଯେଉଁ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଏହାକୁ ଲକ୍ଷ ଲକ୍ଷ ୟୁଜର ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି ।
ସବୁଠାରୁ ଡେଙ୍ଗା ଯୁବକ ହେଲେ ଓଲିବିୟର ରିୟୋକ୍ସ । ତାଙ୍କ ବୟସ ୧୬ । ସେ ବାସ୍କେଟ ବଲ୍ ଖେଳିବାକୁ ପସନ୍ଦ କରନ୍ତି । ତାଙ୍କର ଉଚ୍ଚତା ୨୨୬.୯ ସେଣ୍ଟିମିଟର୍ ବା ୭ ଫୁଟ୍ ଓ ୫ ଇଞ୍ଚ୍ ଅଟେ । ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଓଲିବିୟର ନିଜ ଘରକୁ ଯିବା ପାଇଁ ହେଲେ ମୁଣ୍ଡ ତଳକୁ କରି ଯାଉଛନ୍ତି । ଏହାସହ ସେ ବାସ୍କେଟ୍ ବଲ ଖେଳୁଥିବା ନଜର ଆସିଛି ।
ଗିନିଜ୍ ବିଶ୍ୱ ରେକର୍ଡର ଓ୍ୱେବସାଇଟ୍ ଅନୁସାରେ, ଗତବର୍ଷ ଓଲିବିୟର ୧୫ ବର୍ଷର ଥିଲେ । ସେବେ ତାଙ୍କୁ ବିଶ୍ୱର ସବୁଠୁ ଡେଙ୍ଗା ବାଳକ ବା କିଶୋରର ମାନ୍ୟତା ମିଳିଥିଲା ।
ସୂଚନାଯୋଗ୍ୟ, ଓଲିବିୟର କାନାଡାରେ ରୁହନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ୨୮ ହଜାରରୁ ଅଧିକ ଫଲୋଅର୍ସ ରହିଛନ୍ତି । ସେ ସର୍ବଦା ନିଜର ପେଜରେ ଫଟୋ ପୋଷ୍ଟ କରିଥାନ୍ତି । ତାଙ୍କର ଏକ ଫଟୋରେ ଜଣେ କ୍ୟାମେରାମ୍ୟାନ୍ ଫଟୋ ଉଠାଇବା ପାଇଁ ଟେବୁଲ ଉପରେ ଚଢିଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com