Featuredଜାତୀୟଜୀବନଶୈଳୀମନୋରଞ୍ଜନ

କ୍ରିତି ସାନନଙ୍କ ବଢୁଛି ଡିମାଣ୍ଡ, ପାଇଛନ୍ତି ଅନେକ ପ୍ରୋଜେକ୍ଟ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଅଭିନେତ୍ରୀ କ୍ରିତି ସାନନଙ୍କ ଡିମାଣ୍ଡ ଏବେ ବଢ଼ିବାରେ ଲାଗିଛି। ଏକ ସୁନ୍ଦର କାହାଣୀ ‘ମିମି’ ଫିଲ୍ମ ପରେ ସେ ବହୁତ ଚର୍ଚ୍ଚାକୁ ଆସିଥିଲେ । କିଛି ଦିନ ପୂର୍ବରୁ ଖବର ଆସିଥିଲା ​​ଯେ ଅଭିନେତ୍ରୀ କ୍ରିତି ଏଣିକି ନିର୍ମାତାଙ୍କ କାମ କରୁଛନ୍ତି। ତାଙ୍କର ପ୍ରଥମ ପ୍ରଡକ୍ସନ କାମ ହେଉଛି ଦୋ ପତି। ଯାହାକୁ ଅଭିନେତ୍ରୀ କାଜୋଲ ପ୍ରଡ୍ୟୁସିଂ କରିବେ। ଏଥି ସହିତ କ୍ରିତି ମଧ୍ୟ ତାଙ୍କ ବ୍ୟକ୍ତିଗତ ସ୍ତରରେ ଖୁବ୍‌ ଉନ୍ନତି କରିଛନ୍ତି। ତେବେ ଅଧିକ ଜାଗାର ଆବଶ୍ୟକ ଦୃଷ୍ଟିରୁ କ୍ରିତି ସାନନ୍ ବର୍ତ୍ତମାନ ମୁମ୍ବାଇରେ ଘର ଖୋଜୁଥିବା ଜଣାପଡ଼ିଛି।

ନିକଟରେ କ୍ରିତି ମୁମ୍ବାଇର କିଛି ପ୍ରପଟିଜ୍‌ ଦେଖିବା ଆରମ୍ଭ କରି ଦେଇଛନ୍ତି । ସେ ଏକ ବଡ଼ ଜାଗାର ମାଲିକାଣୀ ହେବାକୁ ଚାହୁଛନ୍ତି। ଏଥିପାଇଁ ସେ ବାନ୍ଦ୍ରାରେ କିଛି ପ୍ରପୋଟିଜ୍‌ ଦେଖିଛନ୍ତି। ବଡ଼ କଥା ହେଉଛି ଯେ କ୍ରିତି ବର୍ତ୍ତମାନ ଆନ୍ଧେରିରେ ଏକ ଭଡ଼ାଘରେ ରହୁଛନ୍ତି।   କ୍ରିତି ସାନନ୍ ଆଗକୁ ନିର୍ଦ୍ଦେଶକ ରାଜେଶ କୃଷ୍ଣନଙ୍କ ଫିଲ୍ମ ‘ଦି କୃ’ରେ ତବୁ ଏବଂ କରୀନା କପୁର ଖାନଙ୍କ ସହ ନଜର ଆସିବେ। ସେହିପରି ଟାଇଗର ଶ୍ରଫଙ୍କ ବିପକ୍ଷରେ ବିକାଶ ବହଲଙ୍କ ଗଣପଥ ଏବଂ ସାହିଦ କପୁରଙ୍କ ସହ ଏକ ବିନା ଟାଇଟଲର ପ୍ରୋଜେକ୍ଟ ମଧ୍ୟ କ୍ରିତିଙ୍କ ନିକଟରେ ରହିଛି। ଏହି ଘୋଷଣା କରିବା ସମୟରେ କ୍ରିତି କହିଥିଲେ ଯେ ସେ ଚଳଚ୍ଚିତ୍ର ନିର୍ମାଣର ପ୍ରତ୍ୟେକ ଦିଗକୁ ଖୁବ୍‌ ଭଲ ପାଆନ୍ତି। ସବୁଠୁ ବଡ କଥା ହେଉଛି, ଆଠ ବର୍ଷ ପରେ ଦିଲୱାଲେ କୋ-ଷ୍ଟାର କାଜୋଲଙ୍କ ପୁଣି ‘ଦୋ ପତି’ରେ ସେ ନଜର ଆସିବେ।

Kriti Sanon have many Project

Related Articles

Back to top button
WP Twitter Auto Publish Powered By : XYZScripts.com