Breaking NewsFeaturedକ୍ରୀଡ଼ାଜାତୀୟଜୀବନଶୈଳୀ

କାର୍ ପ୍ରେମରେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର୍‌, ତାଙ୍କର ସ୍ୱପ୍ନର୍ କାର୍‌ ବିଷୟରେ ଜାଣନ୍ତୁ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କିଏ ବା ନଜାଣେ । କ୍ରିକେଟ ଜଗତର ଗଡ ଫାଦର ଭାବେ ସେ ଜଣାଶୁଣା । ସଚିନ ଆନ୍ତର୍ଜାତୀୟ ମ୍ୟାଚରେ ୩୪ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି । କେବଳ ରନ ନୁହେଁ ୧୦୦ଟି ଆନ୍ତର୍ଜାତୀୟ ଶତକ ପାଇଁ ସେ ରେକର୍ଡ କରିଛନ୍ତି । ତାଙ୍କୁ ୨୦୧୪ରେ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଛି । ଏଥିସହ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି ତେନ୍ଦୁଲକର । ୫୦ ବର୍ଷୀୟ ସଚିନଙ୍କ ବିଷୟରେ ଆପଣମାନେ ଅନେକ କଥା ଶୁଣିଥିବେ ଆଉ ଜାଣିଥିବେ ମଧ୍ୟ । ହେଲେ ଜାଣିଛଥନ୍ତି କି, ସଚିନ କ୍ରିକେଟକୁ ଯେତିକି ଭଲ ପାଆନ୍ତି, ଠିକ ସେମିତି ଭଳିକି ଭଳି ନୂଆ କାର ରଖିବାର ସୌକ ମଧ୍ୟ ତାଙ୍କର ରହିଛି । ଆସନ୍ତୁ ଜାଣିବା ସଚିନଙ୍କ ପାଖରେ କେଉଁ କେଉଁ ସବୁ କାର୍ ରହିଛି ।

ସଚିନଙ୍କର ପ୍ରଥମ କାର ଥିଲା ମାରୁତି ୮୦୦, ସେ ୧୯୮୦ ଦଶକରେ ଏହି କାର କିଣିଥିଲେ । ସେତେବେଳେ ଏହାକୁ ସଚିନଙ୍କ ସ୍ୱପ୍ନର କାର ଭାବେ ବିବେଚନା କରାଯାଉଥିଲା । ଏକ ସାଯକ୍ଷାତକାରରେ ସଚିନ ମଧ୍ୟ ଏହି ମାରୁତି ୮୦୦କୁ ତାଙ୍କର ସ୍ୱପ୍ନର କାର ବୋଲି କହିଥିଲେ । ଏହି ଗାଡି ପରେ ସେ ମାରୁତି ଏସଟିମ୍ ମଧ୍ୟ କିଣିଥିଲେ । ସଚିନଙ୍କ ପାଖରେ ବିଏମଡବ୍ଲୁର ସବୁଠାରୁ ପ୍ରତିଷ୍ଠିତ ସ୍ପୋର୍ସ କାର ଆଇ-ଏଇଟ୍ ମଧ୍ୟ ଅଛି । ଯାହାର ମୂଲ୍ୟ ୨କୋଟି ୫୪ ଲକ୍ଷ ଟଙ୍କା ସେତେବେଳକୁ ଥିଲା । କମ୍ପାନୀ ଏହି କାରରେ ଏକ ଇଲେକ୍ଟ୍ରିକ ମୋଟର ସହ ୧.୫ ଲିଟର ପେଟ୍ରୋଲର ଇଞ୍ଜିନ ଦେଇଥିଲା ।
ସେହିପରି ଅଡିର ଜଣାଶୁଣା ବିଳାସପୂଣ୍ଣ ର୍ ଏସୟୁଭି କାର ହେଉଛି ଅଡି କ୍ୟୁ୭ । ସଚିନଙ୍କ ପାଖରେ ଏହାର ନୀଳ ରଙ୍ଗର ମଡେଲ ଅଛି । ଯାହା ୪.୨ ଲିଟର ଟିଡିଆଇ ଡିଜେଲ ଇଞ୍ଜିନ ଦ୍ୱାରା ଚାଳିତ । ବିଏମଡବ୍ଲ୍ୟୁ ଗ୍ରାଣ୍ଡ ଫାଙ୍କ ଯେତେବେଳେ ଭାରତରେ ବିଏମଡବ୍ଲ୍ୟୁ ତାର ଏହି ମଡେଲ ଲଂଚ କରିଥିଲା ସେହି ସମୟରେ ଏହାର ପ୍ରଥମ ବିତରଣ ସଚିନ ତେନ୍ଦୁଲକରଙ୍କୁ ଦିଆଯାଇଥିଲା ।

୨୦୧୦ରେ ଏକ ଓଡିଆଇରେ ଦ୍ୱିଶତକ ହାସଲ କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ ସଚିନ ତେନ୍ଦୁଲକର । ସେତେବେଳେ ତାଙ୍କୁ ପୁରସ୍କାର ଭାବରେ ଭଲଭୋ ଏସ୮୦ କାର ଦିଆଯାଇଥିଲା । ସଚିନ ତେନ୍ଦୁଲକର ଭାରତରେ ବିଏମଡବ୍ଲୁ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର । ତେଣୁ ତାଙ୍କ ପାଖରେ ଏହି କମ୍ପାନୀର ଅନେକ କାର ଅଛି । ସେ ୨୦୦୨ରେ ଏହି କମ୍ପାନୀର ଏକ୍ସ ୫ଏମ ଏସୟୁଭି ମଡେଲର କାର କିଣିଥିଲେ ।
କେବଳ ବିଏମଡବ୍ଲୁ ନୁହେଁ ଫରେରି ମଧ୍ୟ ଚଢୁଛନ୍ତି ସଚିନ । ମୋଡେନା ଫର୍ମୁଲା ୱାନ ଚାମ୍ପିଅନ ମାଇକେଲ ସୁମାକର ୨୦୦୨ରେ ସଚିନଙ୍କୁ ଫରେରୀ ୩୬୦ କାର ଉପହାର ଦେଇଥିଲେ । କିନ୍ତୁ ୨୦୧୧ରେ ସଚିନ ଏହି କାରକୁ ବିକ୍ରି କରିଦେଇଥିଲେ । ଏଠି ଆମେ ଆପଣଙ୍କୁ କହିରଖୁଛି ଯେ ଫରେରୀ ୩୬୦ କାରର ମଡେଲ ଉପରେ ଆଧାର କରି ଏକ ବଲିଉଡ ଫିଲ୍ମ ନିର୍ମାଣ ହୋଇଥିଲା । ଯାହାର ନା ଥିଲା ଫରେରୀ କି ସୱାରୀ

ସେହିପରି ଫିଆଟ ପାଲିଓ କମ୍ପାନୀ ତାର ମଡେଲର ଶୁଭାରମ୍ଭ ସମୟରେ ସଚିନଙ୍କୁ ଏହି କାର ଉପହାରରେ ଦେଇଥିଲା । କାରର ରଙ୍ଗ ଉଜ୍ଜ୍ୱଳ ହଳଦିଆ ଥିଲା । ଯେଉଁଥିରେ ୧.୬ ଲିଟରର ପେଟ୍ରୋଲ ଇଞ୍ଜିନ ଥିଲା । କହିବାକୁ ଗଲେ ୨୦୦୦ ମସିହା ପ୍ରାରମ୍ଭରେ ଏହି କାରର ମୂଲ୍ୟ ୫ ଲକ୍ଷ ଥିଲା।
ଜାଣିଲେ ତ ସଚିନଙ୍କ ପାଖରେ କେତେ କାର୍ ରହିଛି । ରହିଛି ଫରେରୀ ଠାରୁ ଆରମ୍ଭ କରି ବିଏମଡବ୍ଲୁ ଭଳି ନାମୀ ଦାମୀ କାର । ସତରେ କ୍ରିକେଟର ଭଗବନା ସଚିନଙ୍କ କାର୍ ପ୍ରେମ ସମସ୍ତଙ୍କଠାରୁ ନିଆରା ।

Related Articles

Back to top button
WP Twitter Auto Publish Powered By : XYZScripts.com