Featuredଜାତୀୟ

ଗୋରଖନାଥ ମନ୍ଦିର ଆକ୍ରମଣ ଘଟଣାରେ ଦୋଷୀକୁ ଫାଶୀ

ଗୋରଖପୁରର ଗୋରଖନାଥ ମନ୍ଦିରରେ ଆକ୍ରମଣ ମାମଲାରେ ରାୟ ଆସିଛି । ଅଭିଯୁକ୍ତ ମୂର୍ତ୍ତଜା ଅବାସ ବିରୋଧରେ ଏନଆଇଏର ସ୍ୱତନ୍ତ୍ର କୋର୍ଟ ସଜା ଶୁଣାଇଛନ୍ତି । ଅଦାଲତ ମୂର୍ତ୍ତଜାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ମୂର୍ତ୍ତଜା ବିରୋଧରେ ୟୁଏପିଏ ଆଧାରରେ ମାମଲା ରୁଜୁ ହୋଇଥିଲା ଏହଂ ତାଙ୍କୁ ଆତଙ୍କବାଦୀ ଭାବେ ଗ୍ରହଣ କରାଯାଇଥିଲା ।
ସୋମବାର ମୂର୍ତ୍ତଜା ଅବାସକୁ କଡା ସୁରକ୍ଷା ମଧ୍ୟରେ ଏନଆଇଏର ଅଦାଲତରେ ହାଜର କରାଯାଇଥିଲା । ୨୦୨୨ ଏପ୍ରିଲ ମାସରେ ସେ ଗୋରଖନାଥ ମନ୍ଦିରରେ ଆକ୍ରମଣ କରିଥିଲା । ରାୟ ପ୍ରକାଶ ପରେ ଉତ୍ତରପ୍ରଦେଶର ଆଇନଶୃଙ୍ଖଳା ଏଡିଜି ପ୍ରତିକ୍ରିୟା ରଖିଛନ୍ତି । ପ୍ରଶାନ୍ତ କୁମାର କହିଛନ୍ତି, ଲଗାତର ୬୦ ଦିନର ଶୁଣାଣି ପରେ ସଜା ଶୁଣାଇଛନ୍ତି କୋର୍ଟ । ଆଇପିସିର ଧାରା ୩୦୭ ଅନୁସାରେ ପ୍ରଥମେ ତାକୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com