Featuredଜାତୀୟ

୪ ପ୍ରତିଶତ ବୃଦ୍ଧି ହେଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତା

୪ ପ୍ରତିଶତ ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତା । ଏବେ ମହଙ୍ଗା ଭତା ୩୮ରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ମହଙ୍ଗା ଭତା ବୃଦ୍ଧି ଦ୍ୱାରା ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ବର୍ତମାନର ବର୍ଦ୍ଧିତ ଦର ୨୦୨୩ ମସିହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ଫଳରେ ପ୍ରତିବର୍ଷ ସରକାରଙ୍କ ଉପରେ ୧୨ହଜାର ୮୧୫ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ।

ତେବେ ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରାୟ ୪୭ ଦଶମିକ ୫୮ ଲକ୍ଷ କର୍ମଚାରୀ ଓ ୬୯ଦଶମିକ ୭୬ ଲକ୍ଷ ପେନସନଭୋଗୀ ଲାଭବାନ ହେବେ । ଅର୍ଥାତ୍ ମୋଟ ୧ ଦଶମିକ ୧୭ କୋଟି କର୍ମଚାରୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଡିଏ ଡିଆର୍ ଅତିରିକ୍ତ କିସ୍ତିକୁ ସରକାର ଚଳିତବର୍ଷ ଜାନୁଆରୀ ପହିଲାରୁ ପିଛିଲା ଭାବେ ଜାରି କରିବେ । ସପ୍ତମ ବେତନ ଆୟୋଗଙ୍କ ପ୍ରସ୍ତାବ ଆଧାରରେ ଭତାରେ ଏଭଳି ବୃଦ୍ଧି ନିଷ୍ପତି ନିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com