ଜାତୀୟରାଜନୀତି

ଉତ୍ତର ପ୍ରଦେଶରେ ବଡ ବିଜୟ ଅଭିମୁଖେ ବିଜେପି, ପଞ୍ଜାବରେ ଆପ୍ ମ୍ୟାଜିକ୍

ନୂଆଦିଲ୍ଲୀ() ଆରମ୍ଭ ହୋଇଛି ଭୋଟ ଗଣତି । ୫ ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିବାରେ ଲାଗିଲାଣି । ଉତ୍ତର ପ୍ରଦେଶରେ ଏଗଜିଟ୍ ପୋଲ ମୁତାବକ ବିଜେପି ଆଗରେ ଥିବା ସୂଚନା ମିଳିଛି ।

ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ବିଜେପି ୨୪୫ଟି ଆସନରେ ଆଗୁଆ ଥିବା ବେଳେ ସମାଜବାଦୀ ପାର୍ଟି ୯୬ଟି ଆସନରେ ଆଗରେ ରହିଛି । ସେହିପରି ବିଏସପି ମାତ୍ର ୬ଟି ଆସନରେ ଆଗୁଆ ରହିଛି ।କଂଗ୍ରେସ ୬ଟି ଆସନରେ ଆଗରେ ଥିବା ସୂଚନା ମିଳିଛି ।

ପଞ୍ଜାବରେ ଆମ ଆଦମୀ ପାର୍ଟି ୮୬ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୫ଟି ଓ ବିଜେପି ୫ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ଏସଏଡି ୧୦ଟି ସିଟରେ ଆଗୁଆ ରହିଛି ।

ଏତତ୍ ବ୍ୟତୀତ ଉତ୍ତରାଖଣ୍ଡରେ ବିଜେପି ୪୨ ଓ କଂଗ୍ରେସ ୨୪ଟି ଆସନରେ ଆଗରେ ରହିଛନ୍ତି ।ସେହିପରି ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏବେସୁଦ୍ଧା କଂଗ୍ରେସ ୧୩ ଓ ବିଜେପି ୨୧ ଆସନରେ ଆଗରେ ରହିଛନ୍ତି ।ଟିଏମସି ମଧ୍ୟ ୪ଟିରେ ଆଗୁଆ ରହିଛି ।

ମଣିପୁରରେ ବିଜେପି ୨୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୯ଟି ଓ ଅନ୍ୟମାନେ ୨୩ଟି ସିଟରେ ଆଗୁଆ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com