ଜାତୀୟମନୋରଞ୍ଜନ

ଖୁବ୍‌ ଶୀଘ୍ର ମାଆ ହେବେ ସୋନମ୍‌ କପୁର, ବେବି ସାୱାର ଫଟୋ ଭାଇରାଲ୍‌

ମୁମ୍ବାଇ: ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର। ଖୁବ୍‌ ଶୀଘ୍ର ସେ ଖୁସି ଖବର ଶୁଣାଇବାକୁ ଯାଉଛନ୍ତି। ନିକଟରେ ସୋନମ ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ଛୁଟି କାଟି ଘରକୁ ଫେରିଛନ୍ତି। ଏହି ସମୟରେ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ସୋନମ କପୁରଙ୍କ ବେବି ସାୱାର ସମାରୋହର ଆୟୋଜନ କରାଯାଇଛି । ସୋନମଙ୍କ ଲଣ୍ଡନ ଘରେ ବେବି ସାୱାର ପାର୍ଟି ରଖାଯାଇଥିଲା । ଏହାର ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Leo Kalyan (@leokalyan)

ସୋନମ କପୁରଙ୍କ ଏହି ଫଟୋ ଦେଖି ଅନୁମାନ କରାଯାଉଛ କି ଏହି ପାର୍ଟି ଗାର୍ଡେନ୍‌ରେ ଆୟୋଜିତ ହୋଇଥିଲା। ଏହି ପାର୍ଟିରେ ଅତିଥିମାନଙ୍କ ପସନ୍ଦ ଏବଂ ନାପସନ୍ଦର ପୁରାପୁରି ଯତ୍ନ ନିଆଯାଇଥିଲା । ପ୍ରତ୍ୟେକ ଛୋଟ ଜିନିଷ ଟାରୁ ଆରମ୍ଭ କରି ସମସ୍ତ ପ୍ରକାରର ଫୁଲରେ ସାଜ୍ଜସଜ୍ଜା କରାଯାଇଥିଲା । ଏହାର ସମସ୍ତ ଫଟୋ ରିୟା କପୁର ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।  ରିୟା ଏକ ନୋଟ୍ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଅତିଥିମାନଙ୍କ ନାମ ସହିତ ପ୍ରତ୍ୟେକ ବିବରଣୀ ରହିଛି ।

ଏହା ବ୍ୟତୀତ ପାର୍ଟିରେ ସୋନମ କପୁର ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲା ​​। ଯେଉଁଥିରେ ତାଙ୍କ ଚେହେରାରରୁ ସୁନ୍ଦର ଚମକ ଦେଖାଯାଉି । ଏହି ପାର୍ଟୀରେ ଜଣାଶୁଣା କଳାକାର ଲିଓ କଲ୍ୟାଣ ମଧ୍ୟ ପହଞ୍ଚିଥିଲେ। ଲିଓ ମଧ୍ୟ ସୋସିଆଲ ମିଡିଆରେ ସମାରୋହର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି।

 

View this post on Instagram

 

A post shared by FilmyKalakar (@filmykalakar)

Related Articles

Back to top button
WP Twitter Auto Publish Powered By : XYZScripts.com