ଜାତୀୟରାଜନୀତି

୧୬ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ, ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ

ନୂଆଦିଲ୍ଲୀ: ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା ଏବଂ କର୍ଣ୍ଣାଟକର ୧୬ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ଭୋଟ୍ ଗ୍ରହଣ କରାଯାଉଛି । ସକାଳ ୯ଟାରୁ ଆରମ୍ଭ ହୋଇ ଭୋଟ୍ ଗ୍ରହଣ ଅପରାହ୍ଣ ୪ ପର୍ଯ୍ୟନ୍ତ ଚାଲିବ। ସେପଟେ ରାଜନୈତିକ ଘୋଡ଼ା ବେପାର ଆଶଙ୍କାରେ ବିଭିନ୍ନ ହୋଟେଲ ଓ ରିସର୍ଟରେ ଆବଦ୍ଧ କରି ରଖାଯାଇଥିବା କଂଗ୍ରେସ ବିଧାୟକମାନେ ମତଦାନ ପାଇଣ ଦିଲ୍ଲୀରୁ ଚଣ୍ଡୀଗଡ଼ ଆସୁଛନ୍ତି । ତେବେ ଏହି ନେତାଙ୍କ ସୁରକ୍ଷା ଓ ନେତା କିଣାବିକାର ସମସ୍ତ ସମ୍ଭାବନା ଏଡ଼ାଇବାକୁ ଡିଭିଜ୍‌ନାଲ୍ କମିସନର୍ ଜୟପୁର ତହସିଲ୍‌ର ଇଣ୍ଟର୍‌ନେଟ୍ ସେବା ବନ୍ଦ କରିଥିବା ଜଣାପଡ଼ିଛି । ରାଜ୍ୟସଭା ନିର୍ବାଚନ ନିମନ୍ତେ ମତଦାନ କରିବା ସହ ୩ଟି ଆସନରେ ବିଜୟ ମଣ୍ଡିତ ହେବେ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟୁଇଟ୍ କରି ସାରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ୍ ମୁମ୍ବାଇ ବିଧାନସଭାରେ ମତଦାନ କରିସାରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ମଧ୍ୟ ବିଧାନସୌଧରେ ତାଙ୍କ ମହୁମୂଲ୍ୟ ଭୋଟ୍ ଦେଇଛନ୍ତି । ମତଦାନ ଶେଷ ହେବା ପରେ ଶୁକ୍ରବାର ଅପରାହ୍ଣ ୫ଟାରେ ହେବ ଭୋଟ୍ ଗଣନା । ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବିଜେପିର କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପୀୟୂଷ ଗୋୟଲ୍‌, କଂଗ୍ରେସ ପ୍ରାର୍ଥୀ ରଣଦୀପ ସୂରଜେୱାଲା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଓ ମୁକୁଲ ୱାସ୍‌ନିକ ଏବଂ ଶିବସେନାର ସଞ୍ଜୟ ରାୱତ ।

Related Articles

Back to top button
WP Twitter Auto Publish Powered By : XYZScripts.com