ଜାତୀୟରାଜନୀତି

ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ । ଏଥିରୁ ୩ ଜଣ ଅଭିଯୁକ୍ତଙ୍କୁ ଗତକାଲି ସିବିଆଇ ଅଫିସକୁ ଡକାଇ ପୁଚରାଉଚରା କରିଥିଲା। ଜାରି ହୋଇଥିବା ସର୍କୁଲାରରେ ସିବିଆଇ ସମସ୍ତ ବ୍ୟକ୍ତି ନାଁ ଉଲ୍ଲେଖ କରି ଏଫଆଇଆର ଦାଏର କରିଛି । ଏହି ସର୍କୁଲାର ଜାରି କରିବା ପରେ ମନୀଷ ସିସୋଦିଆ ଓ ଅନ୍ୟ ବ୍ୟକ୍ତିମାନେ ଦେଶ ବାହାରକୁ ଯାଇପାରିବେ ନାହିଁ , ଯଦି ଏପରି କରନ୍ତି ତେବେ ତାଙ୍କୁ ହେପାଜତରେ ନିଆଯିବ । ସିବିଆଇ ରେଡ ପରେ ମନୀଷ ସିସୋଦିଆ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମୋଦୀ ସରକାରଙ୍କ ଉପରେ ବର୍ଷିଥିଲେ । ଦିଲ୍ଲୀ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରୁଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ସହିପାରୁନାହାଁନ୍ତି । ତେଣୁ ଇଡି ଓ ସବିଆଇ ଜରିଆରେ ଷଡଯନ୍ତ୍ର କରି ତାଙ୍କୁ ହଇରାଣ କରିବାକୁ ଚାହାଁନ୍ତି । ମୋଦୀ କେବଳ ଅନ୍ୟ ଦଳୀୟ ସରକାରଙ୍କୁ ତଳିତଳାନ୍ତ କରିବାକୁ ସ୍ୱପ୍ନ ଦେଖୁଛନ୍ତି ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com