ଓଡ଼ିଶାଜାତୀୟଶିକ୍ଷା

ଇଣ୍ଟରଭ୍ୟୁ ଦେବାକୁ ଯାଇ ହଟହଟା ହେଲେ ଓଡ଼ିଆ ଯୁବକ-ଯୁବତୀ

ଚିରିଦେଲେ ସାର୍ଟିଫିକେଟ ଆଉ ଛେଚିଲେ ନିର୍ଦ୍ଧୁମ୍‌

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଚାକିରି ପାଇଁ ଯାଇଥିଲେ ମାଡ଼ ଖାଇ ଫେରିଲେ । ଖାଲି ମାଡ଼ ଖାଇ ନାହାନ୍ତି ଡହଡହ ଖରାରେ ଛିଡ଼ା କରି ସମସ୍ତଙ୍କ ସାର୍ଟିଫିକେଟ୍ ଚିରି ଫିଙ୍ଗିଦେଲେ ସ୍ଥାନୀୟ ଯୁବକ । ଖାଲି ଓଡ଼ିଆ ବୋଲି ଏମିତି ହଟହଟା ହେବା ସହ ମାଡ଼ ଖାଇବାକୁ ପଡ଼ିଥିଲା ପ୍ରାୟ ୪ ହଜାର ଓଡ଼ିଆ ଯୁବକ ଯୁବତୀ ଇଣ୍ଟରଭ୍ୟୁ ଦେବାକୁ ଯାଇ ଏମିତି ଅଭାବନୀୟ ପରିସ୍ଥିତିର ସାମ୍ନା କରିଛନ୍ତି । ସୂଚନା ମୁତାବକ ଓଡ଼ିଶାର ଏକ କମ୍ପାନୀ ରିକ୍ୟୁରିମେଣ୍ଟ ପାଇର୍ ଇଣ୍ଟରଭ୍ୟୁ କରଯିଥିଲା କୋଲ୍‌କାତାରେ । ଓଡିଶାରେ କମ୍ପାନୀ ହୋଇ ଥିବାରୁ ବହୁ ଓଡ଼ିଆ ଯୁବକ ଯୁବତୀ ଏଥିରେ ଆବେଦନ କରିଥିଲେ । କିନ୍ତୁ ଇଣ୍ଟରଭ୍ୟୁ ସମୟରେ କତ୍ତୃପକ୍ଷ କେବଳ ଅଣଓଡ଼ିଆଙ୍କୁ ଦେଇଥିଲେ ପ୍ରାଧାନ୍ୟ । ଆଉ ଓଡ଼ିଆଙ୍କୁ ଚାକିରି ନାଁରେ ମାଡ଼ ମାରିଲେ । ଏଥିରୁ ସ୍ପଷ୍ଟ ବାରି ହେଉଛି ବାହାରୁ ଆସି ଓଡ଼ିଶାରେ କମ୍ପାନୀ ପ୍ରତିଷ୍ଠା କରିଥିବା ଲୋକଙ୍କର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପ୍ରାଧାନ୍ୟ କେତେ ।

ଘଟଣା ଅନୁଯାୟୀ ଓଡ଼ିଶାରେ ଷ୍ଟେନ୍‌ଲେସ୍ କାରଖାନା ଥିବା ଏକ କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକାରର ପଦବୀ ପୂରଣ ପାଇଁ ଏକ ଓଡ଼ିଆ କବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା । କିନ୍ତୁ ବିଜ୍ଞାପନରେ କମ୍ପାନୀର ନାମ ପ୍ରକାଶ ହୋଇନଥିଲା । ତେବେ ଯାଜପୁର କଳିଙ୍ଗନଗରର ଆଖପାଖରୁ ପ୍ରାୟ ୪ ହଜାର ଆଶାୟୀ ଏଥିରେ ଆବେଦନ କରିଥିଲେ । କିନ୍ତୁ କମ୍ପାନୀ କଳିଙ୍ଗନଗରରେ ହୋଇଥିବାବେଳେ ଇଣ୍ଟର ଭ୍ୟୁ ହୋଇଥିଲା ଖଡ଼ଗପୁର ଖାଟରଙ୍ଗାଠାରେ ଥିବା ଗ୍ରିଫ୍ ଇନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ । ନିର୍ଦ୍ଧାରିତ ସମୟରେ ସମସ୍ତ ଆଶୟୀ ସ୍କୁଲରେ ପହଞ୍ଚି ଯାଇ ନିଜର ସାର୍ଟିଫିକେଟ୍ କତ୍ତୃପକ୍ଷଙ୍କୁ ଦେଇ ବାହାରେ ଅପେକ୍ଷା କରିଥିଲେ । ଗୋଟିଏ ପଟେ ଆବେଦନକାରୀଙ୍କ ପାଇଁ ଟେଣ୍ଟ କିମ୍ବା ପିଇବା ପାଣିର ବ୍ୟବସ୍ଥା ନଥିଲା । ଅନ୍ୟପଟେ କେବଳ ନିର୍ଦ୍ଧିଷ୍ଟ ଅଣ ଓଡ଼ିଆଙ୍କୁ ଇଣ୍ଟରଭ୍ୟୁ ପାଇଁ ଭିତରକୁ ଡ଼କାଯାଇଥିଲା ।

ଏକାବେଳେ ୪୦ ଅଣ ଓଡ଼ିଆଙ୍କୁ ଇଣ୍ଟରଭ୍ୟୁ ପାଇଁ ଡ଼କାଯିବା ସମୟରେ ଏହାର ଘୋର ବିରୋଧ କରିଥିଲେ ଓଡ଼ିଆ ଆବେଦନକାରୀ । ପାଟିତୁଣ୍ଡ ସହ ପରିସ୍ଥିତି ଅସମ୍ଭାଳ ହେବାରୁ କତ୍ତୃପକ୍ଷ ଏହାକୁ ଆୟତ୍ତ କରିବା ପରିବର୍ତ୍ତେ ଓଡ଼ିଆ ପିଲାଙ୍କ ସାର୍ଟିଫିକେଟ୍ ଗେଟ୍ ବାହାରକୁ ଫିଙ୍ଗି ଦେଇଥିଲେ । ଫଳରେ ଓଡ଼ିଆ ଯୁବକମାନେ ଗେଟ୍ ଖୋଲି ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ କିଛି ନିୟୋଜିତ ସୁରକ୍ଷା କର୍ମୀଙ୍କ ସହ ଅଣଓଡ଼ିଆ ଯୁବକମାନେ ଓଡ଼ିଆ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

ତେବେ ଏହି ପରିସ୍ଥିତି ପରେ ଓଡ଼ିଆ ଆବେଦନକାରୀମାନେ କହିଛନ୍ତି ଯଦି କମ୍ପାନୀ ଓଡ଼ିଶାର ପିଲାଙ୍କୁ ପ୍ରାଧାନ୍ୟ ନଦେଇ ବାହାର ରାଜ୍ୟରେ ଇଣ୍ଟରଭ୍ୟୁ କରୁଛି ତେବେ ଏଠାରୁ କମ୍ପାନୀ ଉଠାଇ ନେଉ । ଧୂଳି ଧୂଆଁ ଆମେ ସହିବୁ କିନ୍ତୁ ଚାକିରି କରିବେ ଅଣ ଓଡ଼ିଆ । ଆଉ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍‌ଚଳରେ ଅସନ୍ତୋଷର ନିଆଁ କୁହୁଳୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com