ଓଡ଼ିଶା

ପୁରୁଣା ଛାତରୁ ଖସିଲା ଫଲ୍ସ, ମା’-ପୁଅ ଆହତ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଝାନ୍ସିପାଟଣାରେ ଅଭାବନୀୟ ଘଟଣା । ପୁରୁଣା ଛାତର ଫଲ୍ସ ଖସି ପଡି ମା’-ପୁଅ ଆହତ । ଉଭୟଙ୍କୁ ଆହତ ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଉଛି ।

ଖବର ଅନୁଯାୟୀ, ଟାଙ୍ଗୀ ଝାନ୍ସିପାଟଣାରେ ମା’ ଛବି ପାଇକରାୟ ଓ ତାଙ୍କର ୭ ବର୍ଷର ପୁଅ ସୋମନାଥ ପାଇକରାୟ ନିଜ ଘରେ ଥିବା ବେଳେ ହଠାତ୍ ତାଙ୍କ ଘରର ପୁରୁଣା ଛାତର ଫଲ୍ସ ଖସି ପଡିଥିଲା । ମା’ ଙ୍କର ହାତରେ ଗଭୀର ଆଘାତ ଲାଗିଥିବା ବେଳେ ପୁଅର ଗୋଡରେ ଆଘାତ ଲାଗିଛି । ଉଭୟଙ୍କୁ ଆହତ ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com