Featuredଜାତୀୟରାଜନୀତି

ଉପେନ୍ଦ୍ର କୁଶବାହାଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଯୋଗାଇଲା Y+ ସୁରକ୍ଷା

ନୀତିଶ କୁମାରଙ୍କ ଜେଡିୟୁ ଛାଡି କୁଶବାହା ରାଷ୍ଟ୍ରୀୟ ଲୋକ ଜନତା ଦଳ ନାମରେ ଏକ ନୂଆ ରାଜନୈତିକ ଦଳ ଗଢିବା ପରେ ଏବେ କେନ୍ଦ୍ର ଗୃହମନ୍ତ୍ରଣାଳୟ କୁଶବାହାଙ୍କୁ ୱାଇ ଯୁକ୍ତ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି । ଏହି ସୁରକ୍ଷା ଗୁଇନ୍ଦା ରିପୋର୍ଟ ଆଧାରରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଯୋଗାଇ ଦେଇଥିବା କଥା କୁହାଯାଇଛି ।

ୱାଇ ଯୁକ୍ତ କାଟାଗୋରୀ ସୁରକ୍ଷାରେ କୁଶବାହାଙ୍କ ସୁରକ୍ଷା ପାଇଁ ୧୧ ଜଣ କମାଣ୍ଡୋ ନିୟୋଜିତ ହେବେ । ଏଥିରେ ୫ଜଣ ପୋଲିସ ଭିଆଇପି ସୁରକ୍ଷା ପାଇଁ ତାଙ୍କ ଘର ଆଖ ପାଖରେ ରହିବେ । ଏହାସହ ୬ଜଣ ପିଏସଓ ୩ଟି ସିପ୍ଟରେ ସୁରକ୍ଷାରେ ରହିବେ । ଆକଳନ କରାଯାଉଛି କି, କୁଶବାହାଙ୍କ ପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କୁ ବି କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେଇପାରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com