Breaking NewsFeaturedବାଣିଜ୍ୟ

ଟମାଟୋ ଟେନସନ କେବେ ଖାଉଟି ତ କେବେ ଚାଷୀ

ସେତେବେଳେ ଖାଉଟି କାନ୍ଦୁଥିଲେ । ଆଉ ଏବେ ଚାଷୀଙ୍କ ଆଖିରେ ଲୁହ । ଯେଉଁ ଟମାଟୋ ଦିନେ ଗ୍ରାହକଙ୍କ ପକେଟକୁ ମାଡ କରୁଥିଲା । ହାଣ୍ଡିଶାଳରେ ନଜର ଆସୁନଥିଲା । ଏବେ ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର କିନ୍ତୁ ଦର ବୃଦ୍ଧି ପାଇଁ ନୁହେଁ ବରଂ ଦର କମ ପାଇଁ ଲାଲ ଟାହ ଟହ ଟମାଟୋକୁ ନେଇ ଖବରରେ ରହିଛି । ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେଉଁ ଟମାଟୋ ଦିନେ ୨୦୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଥିଲା ସେହି ଟମାଟୋ ଏବେ ୩ରୁ ୪ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି । ଟମାଟୋର ମୂଲ୍ୟ ଲଗାତର କବିମାରେ ଲାଗିଥିବାରୁ ଏବେ ନିରାଶ ହୋଇପଡିଛନ୍ତି ଚାଷୀ । ଏମିତିକି କିଛି ସ୍ଥାନରେ ଚାଷୀ ଅତ୍ୟଧିକ ପରିମାଣରେ ଉତ୍ପାଦିତ ଟମାଟୋକୁ ବିକ୍ରି କରିନପାରି ଫିଙ୍ଗୁଛନ୍ତି । ଟମାଟୋକୁ ନେଇ ଆନ୍ଧ୍ରପ୍ରଦେଶର ଅନନ୍ତପୁରମ ଜିଲ୍ଲ୍ାରୁ ।

ରାୟଲସିମାର ଅନେକ ଚାଷୀ ନିରାଶ ହୋଇ ରାସ୍ତାରେ ଟମାଟୋ ପକାଉ ଥିବାର ଦେଖିବା ପାଇଁ ମିଳିଥିଲା । ଟମାଟୋ ମୂଲ୍ୟ କମିଯିବାରୁ ଏବେ ଚାଷୀ ଟମାଟୋ ଚାଷ କରିବା ପାଇଁ ଇଛା କରୁ ନାହାଁନ୍ତି । ଟମାଟୋ ଦର ଏତେ କମି ଯାଇଛି ଯେ, ନିକଟସ୍ଥ ହୋଲସେଲ ବଜାରକୁ ନେବା ପାଇଁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡୁଛି । ଫଳରେ ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳୁ ନାହିଁ । ଦିନେ ଯେଉଁ ଟମାଟୋ ଚାଷୀଙ୍କୁ ଧନୀ କରିଥିଲା ଏବେ ସେହି ସମାଟୋର ମୂଲ୍ୟ ଏତେ କମିଛି ଯେ କ୍ଷତି ସହିବାକୁ ପଡୁଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମାସକ ପୂର୍ବରୁ ଟମାଟୋ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା । କେତେକ ସ୍ଥାନରେ ଟମାଟୋ ଦର ୨୦୦ ଟଙ୍କା ଥିବା ବେଳେ କିଛି ସ୍ଥାନରେ ଏହା ୩୦୦ ଟଙ୍କା ଛୁଇଁଥିଲା ।

ଯେଉଁଥିପାଇଁ ଅନେକ ଟମାଟୋ ଚାଷୀ ମାଲାମଲ୍ ହୋଇଯାଇଥିଲେ । କିନ୍ତୁ, ଗତ ଏକ ସପ୍ତାହ ମଧ୍ୟରେ, ସମୟ ବଦଳିବା ସହ ଚାଷୀଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି । ହୋଲସେଲ ବଜାରରେ ମୂଲ୍ୟ ୧୦ ଟଙ୍କାରୁ ତଳକୁ ଖସି ଆସିଥିବାବେଳେ ଖୁଚୁରା ବଜାରରେ ଏହା କିଲୋ ପିଛା ୨୦-୩୦ ଟଙ୍କାରେ ବିକ୍ରି ହେଉଛି। ହେଲେ ସେପ୍ଟେମ୍ବର ୭ରେ ଯେତେବେଳେ ଟମାଟୋ କୋଲ ୩ ଟଙ୍କାରେ ବିକ୍ରି ହୋଇଥିଲା । ସେତେବେଳେ ଅନେକ ଚାଷୀ ନିରାଶ ହୋଇ ପଡିଥିଲେ । ଫଳରେ ଅନନ୍ତପୁର ଗ୍ରାମୀଣ ତଥା କୁର୍ନୁଲର ଅନେକ ଅଞ୍ଚଳରେ ଧୋନ୍ ଜାତୀୟ ରାଜପଥ ନିକଟରେ ରାସ୍ତାରେ ଟମାଟୋ ପିଙ୍ଗି ଦେଇଥିଲେ ଚାଷୀ ।

Related Articles

Back to top button
WP Twitter Auto Publish Powered By : XYZScripts.com