Featuredଜାତୀୟ

ମଶାଧୂପରେ ଶୋଇ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ । ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ମଶାଧୂପ ଲଗାଇ ଶୋଉଥିଲେ ହୋଇଯାଆନ୍ତୁ ସାବଧାନ । ନଚେତ୍ ଯାଇପାରେ ଆପଣଙ୍କ ମୂଲ୍ୟବାନ ଜୀବନ । ମଶାଧୂପ ଲଗାଇ ଶୋଇଥିବା ବେଳେ ଗୋଟିଏ ପରିବାରର ୬ ଜଣଙ୍କର ହୋଇଛି ଶୋଚନୀୟ ମୃତ୍ୟୁ । ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଛୋଟ ଶିଶୁ ଅଛନ୍ତି।
ମଶା ଦାଉରୁ ରକ୍ଷା ପାଇବା ପାଇଁ ରାତିରେ ମଶାଧୂପ ଲଗାଇ ଶୋଇଥିଲେ ପୂରା ପରିବାର। ଫଳରେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମଶାଧୂପରୁ ନିର୍ଗତ କାର୍ବନ ମନୋକ୍ସାଇଡ୍‌କୁ ପ୍ରଶ୍ୱାସରେ ରାତି ସାରା ନେବା ପରେ ଶ୍ୱାସରୁଦ୍ଧ ଯୋଗୁ ଏଭଳି ଘଟିଥିବା ଜଣାପଡ଼ିଛି ।
ପରିବାର ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ମଶାଧୂପରେ ଡିଡିଟି, କ୍ଷତିକାରକ କାର୍ବନ ଓ ଅନ୍ୟାନ ବିଷାକ୍ତ ତତ୍ତ୍ୱ ରହୁଥିବାରୁ, ଏହା ଶରୀର ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com