ଜାତୀୟ

ଦୁଇ ୟୁକ୍ରେନୀୟ ବିଦ୍ରୋହୀ ଅଞ୍ଚଳକୁ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେଲା ଋଷ, ଆମେରିକା ଜାରି କଲା ଆର୍ଥିକ କଟକଣା

ନୂଆଦିଲ୍ଲୀ: ପୂର୍ବ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ଋଷ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେଇଛି।ଋଷର ସରକାରୀ ଟେଲିଭିଜନ୍ ଚାନେଲରେ ଏକ ଆବେଗପୂର୍ଣ୍ଣ ଅଭିଭାଷଣ ଦେଇ ଏହି ନିଷ୍ପତ୍ତି  ଘୋଷଣା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍।ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କଡ଼ା ଚେତାବନୀ ସତ୍ତ୍ବେ ପୁତିନ୍ ସୋମବାର ବିଳମ୍ବିତ ରାତ୍ରିରେ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ଘଟଣା ପରେ ଯୁକ୍ତରାଷ୍ଟ୍ର ଆମେରିକା ଏହି ଦୁଇ ବିଦ୍ରୋହୀ ଅଞ୍ଚଳ ବିରୋଧରେ ଅର୍ଥନୈତିକ କଟକଣା ଘୋଷଣା କରିଛି। ଏଥିସହ ଆମେରିକାର ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର କହିଛନ୍ତି ଯେ ଏହି ସଂକଟକୁ ୟୁକ୍ରେନ୍ ଭିତରକୁ ଟ୍ୟାଙ୍କ ଗଡ଼ିବା ପର୍ଯ୍ୟନ୍ତ କୂଟନୈତିକ ସ୍ତରରେ ସମାଧାନ କରିବାକୁ ଚେଷ୍ଟା କରାଯିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କଟକଣା ନିର୍ଦ୍ଦେଶନାମା ଜାରି କରି ଋଷ ଅନ୍ତର୍ଜାତୀୟ ଆଇନ ଭଙ୍ଗ କରିଛି ଓ ଆମେ ୟୁକ୍ରେନ୍ ଏବଂ ଅନ୍ୟ ବନ୍ଧୁରାଷ୍ଟ୍ର ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com