ଜାତୀୟରାଜନୀତି

ମହାରାଷ୍ଟ୍ର ସରକାରଙ୍କୁ ଝଟ୍‌କା; ପରମବୀର ସିଂହଙ୍କର ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କଲେ ସୁପ୍ରିମକୋର୍ଟ

ମୁମ୍ବାଇ() ମୁମ୍ବାଇର ପୂର୍ବତନ ପୁଲିସ କମିଶନରଙ୍କ ମାମଲା ଏବେ ସିବିଆଇ ତଦନ୍ତ କରିବ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ ରାୟରେ କହିଛନ୍ତି  “ଆମେ କହୁନାହୁଁ ଯେ ପରମବୀର ସିଂହ ଏଥିରେ କେବଳ ହ୍ୱିସଲ ବ୍ଲୋୟର କିମ୍ବା ମାମଲାରେ ସମ୍ପୃକ୍ତି ଥିବା ଲୋକମାନେ ନିରିହ। ତେବେ କୋର୍ଟ ସାମ୍ନାରେ ଆସିଥିବା ମାମଲା ତଦନ୍ତ କରିବା ଆବଶ୍ୟକ।

ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ମହାରାଷ୍ଟ୍ର ସରକାରଙ୍କୁ ଝଟ୍‌କା ଲାଗିଛି। ମହାରାଷ୍ଟ୍ର ସରକାର ରାଜ୍ୟ ପୁଲିସ ହାତରେ ତଦନ୍ତ ଭାର ରଖିବାକ ଯୋଜନା କରୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏମ୍‌ଭିଏକୁ ଝଟ୍‌କା ଦେଇଛି।

ମହାରାଷ୍ଟ୍ର ପୁଲିସ ସପ୍ତାହକ ଭିତରେ ତଦନ୍ତ ସମ୍ପର୍କିତ ସମସ୍ତ ରେକର୍ଡ ସିବିଆଇକୁ ଦେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ପୁଲିସ କମିଶନର ଓ  ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ପରବସ୍ପର ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସାକୁ ଆଘାତ ଦେଇଛି। ତେଣୁ ଏବେ ସତ ସାମ୍ନାକୁ ଆସିବା ଦରକାର ବୋଲି କୋର୍ଟ କହିଛନ୍ତି।

ଅନ୍ୟପଟେ ପରମବୀର ସିଂହଙ୍କ ନିଲମ୍ବନ ନିର୍ଦ୍ଦେଶକୁ ପୂର୍ବପରି କାଏମ ରଖିଛନ୍ତି କୋର୍ଟ। ଭବିଷ୍ୟତରେ ଯଦି ବି ଏ ସମ୍ପର୍କିତ କୌଣସି ମାମଲା ଦାୟର ହୁଏ ତେବେ ତାହା ବି ସିବିଆଇ ତଦନ୍ତ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନା ଅନୁସାରେ, ମୁମ୍ବାଇ ପୁଲିସ କମିଶନର ଗତବର୍ଷ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ପରମବୀର କହିଥିଲେ ଯେ ଅନୀଲ ଗୃହମନ୍ତ୍ରୀ ଥିବା ସମୟରେ ସେ ମୁମ୍ବାଇ ପୁଲିସକୁ ଡାନ୍ସ ବାର ଓ ହୋଟେଲ୍ ମାଲିକଙ୍କ ଠାରୁ ପ୍ରତି ମାସରେ ୧୦୦ କୋଟି ଚାନ୍ଦା ଆଦାୟ କରିବାକୁ କହିଥିଲେ।

ପରମବୀରଙ୍କ ଅଭିଯୋଗ ପରେ ଏପ୍ରିଲ ୫ ତାରିଖର ବମ୍ବେ ହାଇକୋର୍ଟ ମାମଲାର ପ୍ରଥାମିକ ତଦନ୍ତ ଭାର ସିବିଆଇକୁ ଦେଇଥିଲେ। ଯାହାକୁ ପରେ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଏହାପରେ ଅନୀଲ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

ଏହାରି ଭିତରେ ପରମବୀର ସିଂହ ସୁପ୍ରିମକୋର୍ଟରେ ଏକ ଆବେଦନ କରି କହିଥିଲେ ଯେ ତାଙ୍କ ବିରୋଧରେ ପ୍ରିତିଶୋଧ ନେବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ ଭ୍ରଷ୍ଟାଚାରୀ ପୁଲିସ ଅଫିସରଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାଙ୍କରି ବୟାନକୁ ଭିତ୍ତି କରି ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ୬ଟି ମକଦ୍ଦମା କରାଯାଇଛି। ତେଣୁ ମାମଲା ସବୁକୁ ଖାରଜ କରାଯାଉ ନହେଲେ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com