ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଦଶହରାରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର,୦୫/୧୦/୨୦୨୨-   ପାର୍ବଣର ଶେଷ ଦିନ – ଆଜି ବିଜୟା ଦଶମୀ । ଏଥିନେଇ ଆଜି ସମସ୍ତ ପୂଜା ମଣ୍ଡପରେ ବୈଦିକ ରୀତିନୀତି ଅନୁଯାୟୀ ଚାଲିଛି ଦେବୀ ଦୁର୍ଗାଙ୍କ ବିଜୟାଦଶମୀ ପୂଜାର୍ଚ୍ଚନା । ସକାଳୁ ଉପଚାର ପୂଜା ପରେ ମା’ଙ୍କୁ ଆରାଧନା କରାଯାଇଛି । ଏହି ଅବସରରେ ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳନ ପରମ୍ପରା ରହିଛି ।

ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର ଜୟ ,ଅଧର୍ମ ଉପରେ ଧର୍ମର ଜୟ , ଅନ୍ୟାୟ ଉପରେ ନ୍ୟାୟ ର ବିଜୟ, ଅନ୍ଧାର ଉପରେ ଆଲୋକ ର ବିଜୟ । ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ପୂଜା ସାମାନ୍ୟ ଫିକା ପଡିଥିଲା । ତେବେ ଆଜି ପାଗରେ ପରିବର୍ତ୍ତନ ପାଇଁ ସମସ୍ତ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି । ସମସ୍ତେ ସାଙ୍ଗସାଥୀ ପରିବାର ବର୍ଗଙ୍କ ମେଳରେ ଖୁବ୍ ଧୁମ ଧାମରେ ପର୍ବ ପାଳନ ସହ ଏଥିରୁ ଆନନ୍ଦ ଉଠାଉଛନ୍ତି । ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରରେ ଥିବା କିଛି ମଣ୍ଡପରେ ସିନ୍ଦୁର ଖେଳ ମଧ୍ୟ ଅନୁଷ୍ଠିତ ହୋଇଛି । ବିଶେଷକରି ମାଆଙ୍କର ଧରାପୃଷ୍ଠରୁ ବିଦାୟ ଦେବାର ସମୟ । ଏଣୁ ମାଆଙ୍କୁ ସିନ୍ଦୁର ଲଗାଇ ସାରିଲା ପରେ ସଧବା ମହିଳା ମାନେ ନିଜ ନିଜ ଭିତରେ ସିନ୍ଦୁର ଲଗାଇବା ସହ ମିଠା ଖୁଆଇଥାନ୍ତି ।

ଏହି ବିଜୟା ଦଶମୀ ଦିନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣକୁ ବଧ କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ । ତେଣୁ ଏହି ଦିନ ହିନ୍ଦୁ ପରମ୍ପରା ଅନୁସାରେ ପ୍ରତିବର୍ଷ ଦଶହରା ଦିନ ବିଭିନ୍ନ ସ୍ଥାନରେ ରାବଣ ଦହନ କରା ଯାଇଥାଏ । ତେବେ ରାବଣ ପୋଡି ନେଇ ଭୁବନେଶ୍ୱରର ବରମୁଣ୍ଡା, ଝାରପଡା, କୋରଡକଣ୍ଟା ଏବଂ ପାହାଳରେ ରାବଣ ପୋଡିବାକୁ ଅଗ୍ନିଶମ ବିଭାଗ ଅନୁମତି ପତ୍ର ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com