ଜାତୀୟ

ସୁସ୍ମିତାଙ୍କୁ ପାଗଳ ବୋଲି ଭାବୁଥିଲେ ମ୍ୟାନେଜର, ଖୁଲାସା କଲେ ଅଭିନେତ୍ରୀ…

ମୁମ୍ବାଇ() ବଲିଉଡ ଜଣାଶୁଣା ସୁସ୍ମିତା ସେନ ତାଙ୍କ ଅଭିନୟ ପାଇଁ ବେଶ ପରିଚିତ । ନିଜର ଅଭିନୟ ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବେଶ କିଛିଦିନ ହେବ ବଡ ପରଦାଠାରୁ ଦୂରରେ ଥିବା ସୁସ୍ମିତା ଏକ ୱେବ ସିରିଜ ଜରିଆରେ ପୁଣିଥରେ ଅଭିନୟ ଦୁନିଆକୁ ଏଣ୍ଟ୍ରି କରିଥିଲେ। ଆଉ ଏଥିରେ ଦର୍ଶକେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ। ଏହି ୱେବ ସିରିଜଟି ହେଉଛି ‘ଆର୍ଯ୍ୟା’। ଏଥିରେ ତାଙ୍କର ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା ।

 

View this post on Instagram

 

A post shared by Sushmita Sen (@sushmitasen47)

ନିକଟରେ ସୁସ୍ମିତା ଏକ ସାକ୍ଷାତକାରରେ ତାଙ୍କ ପୁରୁଣା ଦିନର କଥାକୁ ମନେ ପକାଇ କହିଛନ୍ତି -ଯେତେବେଳେ ସେ ଆଇଟମ ଗୀତରେ ଅଭିନୟ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ତାଙ୍କ ମ୍ୟାନେଜର ତାଙ୍କୁ ପାଗଳ ବୋଲି ଭାବିଥିଲେ । ଏଇଥିପାଇଁ ତାଙ୍କୁ ତାଙ୍କ ମ୍ୟାନେଜର ଆଇଟମ ଗୀତରେ କାମ କରିବାକୁ ବାରମ୍ବାର ମନ କରୁଥିଲେ । ମ୍ୟାନେଜର କହୁଥିଲେ ଆପଣ ଇଣ୍ଡଷ୍ଟ୍ରିକୁ ନୂଆ ନୂଆ ଆସିଛନ୍ତି ଆମେ ଇଣ୍ଡଷ୍ଟ୍ରିରେ ପୁରୁଣା ତେଣୁ ଆଇଟମ ସଙ୍ଗ ଭଲ କାମ ନୁହେଁ । ହେଲେ ସୁସ୍ମିତା କହିବା ପରେ ବି ମ୍ୟାନେଜର ବୁଝିପାରି ନ ଥିଲେ । ଶେଷରେ ଯେତେବେଳେ ସେ ଆଇଟମ ସଙ୍ଗରେ କାମ କରିଥିଲେ ସେତେବେଳେ ତାଙ୍କର ଦୁଇ ଦୁଇଟି ମ୍ୟାନେଜର ତାଙ୍କୁ ଛାଡି ଚାଲିଯାଇଥିଲେ।

ସେତେବେଳେ ଯଦି ଅଭିନେତା ହେଉ କି ଅଭିନେତ୍ରୀ ଯଦି ତାଙ୍କ ମ୍ୟାନେଜରଙ୍କୁ ନ ପଚାରି କୌଣସି ନିଷ୍ପତ୍ତି ନିଏ ତେବେ ତାଙ୍କୁ ବହୁତ ଖରାପ ଲାଗେ । ତେବେ କହିବାକୁ ଗଲେ ସୁସ୍ମତା ନିଜ ଫିଲ୍ମ କ୍ୟାରିୟରେ ବହୁତ ଆଇଟମ୍ ଗୀତରେ ନଜର ଆସିଛନ୍ତି । ଯାହା ଆଜି ଯାଏଁ ହିଟ୍ ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com