ଜାତୀୟ

ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୩.୨ ରେକର୍ଡ

ଶ୍ରୀନଗର() ଜାମ୍ମୁକାଶ୍ମୀର ପାଲଗାମରେ ଭୂକମ୍ପର ଝଟକା ଅନୁଭୂତ । ବୁଧବାର ଭୋର ୫ଟା ୪୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି । ଏ ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ସୂଚନା ମିଳିଛି ।

ଭୂକମ୍ପର ତୀବ୍ରତା ଅଧିକ ନଥିଲେ ମଧ୍ୟ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା । ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ ।

ଏହା ପୂର୍ବରୁ ୧୦ ଫେବୃଆରୀରେ ପର୍ଯ୍ୟଟନସ୍ଥଳ ଗୁଲମର୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଥିଲା । ଏହା ବ୍ୟତୀତ ୫ ଫେବୃଆରୀରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଥିଲା । ଜମ୍ମୁର ଉଦମପୁର, ଡୋଡା, କିସ୍ତଓ୍ବାଡ, ପୁଞ୍ଛ ସହ କାଶ୍ମୀର ଘାଟିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com