Featuredଜାତୀୟ

ନେପାଳ ଖସିଯାଇଛି ଅମୃତପାଲ ସିଂହ

ଉତ୍ତରପ୍ରଦେଶର ଲଖିମପୁର ଖେରୀ ରାସ୍ତା ଦେଇ ନେପାଳ ଖସିଯାଇଛି ଖଲିସ୍ତାନୀ ଅମୃତପାଲ ସିଂହ । ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ ପରେ ଏବେ ନେପାଳରେ ଅମୃତପାଲ ସିଂହକୁ ଖୋଜୁଛି ପୋଲିସ । ୨୦ ମାର୍ଚ୍ଚରେ ଅମୃତପାଲ ହରିୟାଣାରେ ଥିବା ସ୍ପଷ୍ଟ ହୋଇଥିଲା । ପରେ ପରେ ୨୩ ମାର୍ଚ୍ଚରେ ଲଖିମପୁରରେ ମଧ୍ୟ ଅମୃତପାଲ ଟୋପି ପିନ୍ଧି ବୁଲୁଥିବା ଫଟୋ ଭାଇରାଲ ହେଉଛି । ଏହାପରେ ସେ କୁଆଡେ ଗଲା ତା’ର ଅନୁସନ୍ଧାନ କରାଯାଉଛି ।

ସେପଟେ ପୂର୍ବରୁ ଗିରଫ ହୋଇଥିବା ଅମୃତପାଲର ଦୁଇ ସହଯୋଗୀଙ୍କ ମେଡିକାଲ ଟେଷ୍ଟ କରାଯାଇ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କଠୁ ଅମୃତପାଲର ପ୍ଲାନ ବିଷୟରେ ଜାଣିବା ପାଇଁ ପ୍ରୟାସ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com