Featuredଅନ୍ତର୍ଜାତୀୟଜାତୀୟ

ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ଦେଲେ ରାଷ୍ଟ୍ରପତି ଇମାନୁଏଲ୍‌

‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦ ଲେଜିଅନ୍ ଅଫ୍ ଅନର୍’ ପାଇବାରେ ମୋଦି ପ୍ରଥମ ଭାରତୀୟ PM

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦ ଲେଜିଅନ୍ ଅଫ୍ ଅନର୍’ ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନ ପାଇବାରେ ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ବିଶ୍ୱର ଅନେକ ନେତା ଏହି ସମ୍ମାନ ପ୍ରାପ୍ତ କରିଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ତତ୍କାଳୀନ ପ୍ରିନ୍ସ ଅଫ୍ ୱେଲ୍ସ, କିଙ୍ଗ ଚାର୍ଲ୍ସ, ଜର୍ମାନୀର ପୂର୍ବତନ କୂଳପତି ଏଞ୍ଜେଲା ମର୍କେଲ, ମିଳିତ ଜାତିସଂଘର ପୂର୍ବତନ ସେକ୍ରେଟେରୀଙ୍କ ଭଳି ଅନେକ ବ୍ୟକ୍ତିଙ୍କୁ ମିଳିଛି ଫ୍ରାନ୍ସର ଏହି ସର୍ବୋଚ୍ଚ ସମ୍ମାନ।

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ରାଜଧାନୀ ପ୍ୟାରିସରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପରେ  ଅନେକ ନେତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ୟୁପିଆଇ, ଚନ୍ଦ୍ରଯାନ-୩ ଭଳି ପ୍ରସଙ୍ଗ ଉଲ୍ଲେଖ କରିଥିଲେ ମୋଦି। ଏହା ପରେ ମୋଦି ପ୍ୟାରିସର ଏଲିସି ପ୍ୟାଲେସ ପହଞ୍ଚି ରାଷ୍ଟ୍ରପତି ମାକ୍ରନଙ୍କ ସହ ରାତ୍ରିଭୋଜନ କରିଥିଲେ। ସେହିପରି ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ଭାବରେ ପ୍ୟାରିସରେ ବାସ୍ତାଇଲେ ଡେ ପରେଡରେ ଯୋଗଦେବେ। ଭାରତର ତିନୋଟି ସୈନ୍ୟ ଦଳ ମଧ୍ୟ ଏହି ପ୍ୟାରେଡରେ ଅଂଶଗ୍ରହଣ କରୁଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଆହୁରି ଅନେକ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି। ରାଷ୍ଟ୍ରପତି ମାକ୍ରନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ କେତେକ ପ୍ରତିରକ୍ଷା ଚୁକ୍ତିରେ ମୋହର ଲାଗିବ ବୋଲି କୁହାଯାଉଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦି ସେଠାରୁ ଆବୁଧାବି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com