ଜାତୀୟ

ଆତଙ୍କିଙ୍କ ଅତର୍କିତ ଆକ୍ରମଣ : ୫ଯବାନ ସହିଦ୍

ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବ‌ା ରଜୌରୀରେ ଗତକାଲି ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୫ଜଣ ଯବାନ ସହିଦ ହୋଇଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପାହାଡ଼ ନିକଟରେ ଲୁଚି ରହି ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ। ତେବେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଆମେରିକା ନିର୍ମିତ ଏମ୪ କାର୍ବାଇନ୍ ରାଇଫଲ ବ୍ୟବହାର କରିଥିଲେ ବୋଲି ଜଣାପଡ଼ିଛି।

ଲସ୍କର-ଏ-ତଇବାର ଶାଖା ଭାବେ ଜଣାଶୁଣା ‘ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ’ ଏହି ଆକ୍ରମଣ କରିଥିବା ଦାବି କରିଛି। ଏମ୪ କାର୍ବାଇନ୍ ହେଉଛି ହାଲୁକା, ଗ୍ୟାସ୍ ଚାଳିତ ଓ ମାଗାଜିନ୍ ବ୍ୟବହୃତ କାର୍ବାଇନ୍ ଯାହାକୁ ୧୯୮୦ଦଶକରେ ଯୁକ୍ତରାଷ୍ଟ୍ରରେ ବିକଶିତ କରାଯାଇଥିଲା। ଏହା ହେଉଛି ଆମେରିକୀୟ ପଦାତିକ ସେନା ବ୍ୟବହାର କରୁଥିବା ଅସ୍ତ୍ର ଏବଂ ୮୦ରୁ ଅଧିକ ଦେଶ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com