Breaking NewsFeaturedଓଡ଼ିଶାଜାତୀୟବାଣିଜ୍ୟ

ଓଡ଼ିଶୀ ଇଲେକ୍ଟ୍ରିକ୍ ଭେଇକିଲସ୍ ଏବେ Flipkart ସହ-ବନ୍ଧିତ, ଜାଣନ୍ତୁ ପୂରା ଖବର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଓଡ଼ିଶୀ ଇଲେକ୍ଟ୍ରିକ୍ ଭେଇକିଲସ୍ ସାରା ଦେଶରେ ଫ୍ଲିପକାର୍ଟ ସହ ନିଜର ଭାଗିଦାରୀ ଘୋଷଣା କରିଛି । ବର୍ତ୍ତମାନ ଗ୍ରାହକମାନେ ଫ୍ଲିପ୍‌କାର୍ଟ ମାଧ୍ୟମରେ ଇଲେକ୍‌ଟ୍ରିକ୍ ଟୁ ହ୍ୱିଲର୍ କିଣି ପାରିବେ । ଓଡ଼ିଶୀ ଇଲେକ୍ଟ୍ରିକ୍ ପୋର୍ଟଫୋଲିଓରେ ଇଲେକ୍ଟ୍ରିକ୍ ବାଇକ୍, ହକ୍ ପ୍ଲସ୍ ହାଇ ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର, ରେସ୍ ଲାଇଟ୍ V2 ଏବଂ e2Go Lite ଲୋ-ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର ଏବଂ ଇଭୋକିସ୍ ଇ-ବାଇକ୍ ଅନ୍ତର୍ଭୁକ୍ତ । କମ୍ପାନୀର କହିବାନୁସାରେ, ଫ୍ଲିପକାର୍ଟର ଦୂର ଦୂରାନ୍ତରେ ପହଞ୍ଚି ପାରୁଥିବା ହେତୁ କମ୍ପାନୀ ଗ୍ରାହକଙ୍କୁ ବୈଦ୍ୟୁତିକ ଦୁଇ ଚକିଆ ଯାନ ଯୋଗାଇବାକୁ ପ୍ରସ୍ତୁତ ଅଛି। ଏହା ବ୍ୟତୀତ ଇଭି କମ୍ପାନୀ ଏବଂ ଫ୍ଲିପକାର୍ଟ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଉପରେ ରିହାତି ଏବଂ ସ୍କିମ୍ ମଧ୍ୟ ପ୍ରଦାନ କରିବେ।

ଏଥି ସହିତ, କମ୍ପାନୀ କହିଛି ଯେ ଫ୍ଲିପକାର୍ଟ ସହିତ ଆମର ସହଭାଗିତା ହେଉଛି ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ପଦକ୍ଷେପ, ଯାହା ଗ୍ରାହକଙ୍କୁ ବୈଦ୍ୟୁତିକ ଗତିଶୀଳତା ଏବଂ ନୂତନ ବୈଷୟିକ ଜ୍ଞାନର ସହଜ ପ୍ରବେଶ ତଥା ଗ୍ରହଣ କରିବାରେ ସକ୍ଷମ କରିବ । କମ୍ପାନୀ ଚଳିତ ବର୍ଷ ମାର୍ଚ୍ଚରେ ୧,୦୯,୯୯୯ ଏକ୍ସ-ଶୋ’ରୁମ୍ ଏବଂ ୧,୨୯,୯୯୯ ଏକ୍ସ-ଶୋ’ରୁମ୍ ମୂଲ୍ୟରେ ବାଡର୍ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିଥିଲା ।
ଏକ ଛୋଟ ଫ୍ଲାଏ ସ୍କ୍ରିନ, ମିକ୍ସ ମେଟାଲ ବ୍ଳାକ୍ ହ୍ୱିଲ୍ ଏବଂ ଗୋଲାକାର ହେଡଲାଇଟ୍ ସହିତ ପାଞ୍ଚଟି ରଙ୍ଗ ବିକଳ୍ପରେ ଏହି ଇଲେକ୍ଟ୍ରିକ୍ ବାଇକ୍ ଉପଲବ୍ଧ । ଯେଉଁଥିରେ ମିଡନାଇଟ୍ ବ୍ଲୁ, ଫାୟାରି ରେଡ୍, ଗ୍ଲୋସି ବ୍ଲାକ୍, ଭେନମ୍ ଗ୍ରୀନ୍ ଏବଂ ମିଷ୍ଟି ଗ୍ରେ ରଙ୍ଗ ଅନ୍ତର୍ଭୁକ୍ତ ରହିଛି । ସଷ୍ପେଁନ୍‌ସନ୍ ବିଷୟରେ କହିବାକୁ ଗଲେ ଏହା ଆଗରେ ଟେଲିସ୍କୋପିକ୍ ଫୋର୍କ ଏବଂ ପଛରେ ଏକ ଡୁଆଲ୍ ସ୍ପ୍ରିଙ୍ଗ୍ ଲୋଡ଼େଡ଼୍ ୟୁନିଟି ରହିଛି । ଅନ୍ୟପକ୍ଷରେ, ଏହାର ବ୍ରେକିଂ ସିଷ୍ଟମ ବିଷୟରେ କହିବାକୁ ଗଲେ, ଇଲେକ୍ଟ୍ରିକ୍ ବାଇକ୍ କମ୍ବି ବ୍ରେକିଂ ସିଷ୍ଟମ୍ (ସିବିଏସ୍ଇ) ସହିତ ପଛ ପାର୍ଶ୍ୱରେ ୨୪୦ ମିଲିମିଟର ଫ୍ରଣ୍ଟ ଏବଂ ୨୨୦ ମିମି ଡିସ୍କ ବ୍ରେକ୍ ଉପଲବ୍ଧ ରହିଛି ।

ଏହି ଇଲେକ୍ଟ୍ରିକ୍ ବାଇକ୍ରେ ଏକ ହବ୍-ମାଉଣ୍ଟେଡ୍ ଇଲେକ୍ଟ୍ରିକ୍ ମୋଟର ଦିଆଯାଇଛି ଯାହାକି ସର୍ବାଧିକ ୬ hp ର ଶକ୍ତି ଏବଂ ୧୭୦ Nm ର ପିକ୍ ଟର୍କ ସୃଷ୍ଟି କରିଥାଏ । ଏହା ବ୍ୟତୀତ ଏଥିରେ ୩.୭ kWh ଲିଥିୟମ୍-ଆୟନ ବ୍ୟାଟେରୀ ପ୍ୟାକ୍ ମଧ୍ୟ ଦିଆଯାଇଛି । ବିଭିନ୍ନ ରାଇଡିଂ ମୋଡ୍ ଇକୋ, ଡ୍ରାଇଭ୍ ଏବଂ ସ୍ପୋର୍ଟ ମୋଡ୍ ଉପରେ ଏହାର ବୈଦ୍ୟୁତିକ ବାଇକ୍ ପାଇଁ ଯଥାକ୍ରମେ ୧୨୫ କିଲୋମିଟର, ୧୦୫ କିଲୋମିଟର, ୯୦ କିଲୋମିଟର ରାଇଡ଼ିଂ ରେଞ୍ଜ ଦାବି କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com