ଐତିହ୍ୟ ଓ ସଂସ୍କୃତିଜାତୀୟ

ଭୋଳାନାଥଙ୍କ ଭକ୍ତ, ଲଗାଇଛନ୍ତି ୧ଲକ୍ଷ ୧୮ହଜାର ବେଲ ଗଛ

ନୂଆଦିଲ୍ଲୀ : ଆଜି ମହା ଶିବରାତ୍ରି। ମନ୍ଦିରରେ ଭିଡ। ଆଜିର ଦିନରେ ଭୋଳାନାଥଙ୍କୁ ଦର୍ଶନ କରିବାକୁ ଶୈବପୀଠ ଗୁଡିକରେ ଲୋକାରଣ୍ୟ। ତେବେ ବାବା ଭୋଳାନାଥଙ୍କର ଅନେକ ଭକ୍ତ ଅଛନ୍ତି। ନାନା ଉପାୟରେ ଶ୍ରଦ୍ଧାଳୁ ମାନେ ତାଙ୍କର ଆରାଧନା କରନ୍ତି। ସେମିତି ଜଣେ ଭକ୍ତ ହେଲେ ଦୁର୍ଗା ପ୍ରସାଦ ପାଣ୍ଡ୍ୟେ। ଦିଲ୍ଲୀରେ ରହୁଥିବା ଦୁର୍ଗା ପ୍ରସାଦ ଏପର୍ଯ୍ୟନ୍ତ ୧ଲକ୍ଷ ୧୮ହଜାର ବେଲ ଗଛ ଲଗାଇ ସାରିଲେଣି। ଦୀର୍ଘ ୧୫ବର୍ଷ ହେବ ସେ ବେଲ ଗଛ ଲଗାଉଛନ୍ତି।
ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ତାଙ୍କର ଏକ କୁଟିଆ ରହିଛି । ସେଠାରେ ତାଙ୍କର ବେଲ ଗଛ ବଗିଚା ରହିଛି। ଏହି  ବେଲ ଗଛଗୁଡିକୁ ସେ ଅଭାବୀ ଲୋକଙ୍କ କାର୍ଯ୍ୟରେ ଲଗାଉଛନ୍ତି । ଏଥିସହ ସେ ଲୋକଙ୍କୁ ବେଲ ଗଛ ଲଗାଇବା ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି। ବିବାହ, ଜନ୍ମଦିନରେ ଦୁର୍ଗା ପ୍ରସାଦ ଲୋକଙ୍କୁ ବେଲ ଗଛ ଉପହାର ଆକାରରେ ଦିଅନ୍ତି। ଆଗକୁ ଗଛ ପ୍ରତି ଲୋକଙ୍କ ମନରେ ଭଲ ପାଇବା ସୃଷ୍ଟି କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି ଦୁର୍ଗା ପ୍ରସାଦ।
ବେଲ ଗଛକୁ ନେଇ ଦୁର୍ଗା ପ୍ରସାଦ କୁହନ୍ତି, ମହାଦେବଙ୍କୁ ବେଲ ପତ୍ର ପସନ୍ଦ। ଏହା ଲୋକଙ୍କୁ ଶାନ୍ତି ପ୍ରଦାନ କରିଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଶାନ୍ତିର ବହୁତ ଆବଶ୍ୟକତା। ବେଲ ଫଳ ଖାଇବା ଦ୍ବାରା ମଧ୍ୟ ପେଟ ଜାତୀୟ ସମସ୍ୟା ଦୂର ହୋଇଥାଏ। ଅନେକ ରୋଗର ନିରାକରଣ ବେଲ ଦ୍ବାରା ହୋଇଥାଏ। ତେଣୁ ସମସ୍ତେ ନିଜ ବାଡି ବଗିତାରେ ବେଲ ଗଛ ଲଗାଇବା ଉଚିତ।

Related Articles

Back to top button
WP Twitter Auto Publish Powered By : XYZScripts.com