Featuredଜାତୀୟରାଜନୀତି

ଭାରତ ଯୋଡ ଯାତ୍ରାରେ ଲାଗିଲା ସାମୟିକ ବିରତି

ଭାରତ ଯୋଡ ଯାତ୍ରାରେ ଲାଗିଲା ବ୍ରେକ। ରାହୁଲଙ୍କ ସହ ଚାଲୁଥିବା ବେଳେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ଦେହ ଭୀଷଣ ଅସୁସ୍ଥ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଆଉ ସନ୍ତୋଖଙ୍କ ଦେହାନ୍ତ କାରଣରୁ ଭାରତ ଯୋଡ ଯାତ୍ରାରେ ସାମୟିକ ରୋକ ଲାଗିଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ।

ସନ୍ତୋଖ ସିଂଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଶେଷ ହେବା ପରେ ଭାରତ ଯୋଡ ଯାତ୍ରା ବାବଦରେ ନିଷ୍ପତ୍ତି ନିଆଯିବ । ତେବେ ସନ୍ତୋଖଙ୍କ ଦେହାନ୍ତକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଟ୍ୱିଟ୍ କରି ରାହୁଲ କହିଛନ୍ତି, ସନ୍ତୋଖ ସିଂଙ୍କ ଦେହାନ୍ତ ଖବର ମୋତେ ସ୍ତବ୍ଧ କରି ଦେଇଛି । ଏହି ଦୁଃଖଦ ସମୟରେ ସନ୍ତୋଖଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାହୁଲ । ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜୁର୍ନ ଖଡଗେ କହିଛନ୍ତି, ସନ୍ତୋଖଙ୍କ ମୃତ୍ୟୁରେ ପୂରା କଂଗ୍ରେସ ପରିବାର ମର୍ମାହତ । ତାଙ୍କର ଦେହାନ୍ତ ଉଭୟ ଦଳ ଓ ସଙ୍ଗଠନ ପାଇଁ ବଡ କ୍ଷତି ।

ସନ୍ତୋଖ ସିଂ ପଞ୍ଜାବ ସରକାରରେ ମନ୍ତ୍ରୀ ରହି ସାରିଛନ୍ତି । ଏହାସହ ଜଳନ୍ଧର ଲୋକସଭା ଆସନରୁ ମଧ୍ୟ ସାଂସଦ ରହିଛନ୍ତି । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସନ୍ତୋଖ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com