Breaking NewsFeaturedରାଜନୀତି

ଡାକ୍ତରରୁ ବିଧାୟକ ହେବେ ସବେରା ପ୍ରକାଶ । ଜାଣନ୍ତୁ କଣ ରହିଛି ପଲଟିକାଲ ବ୍ୟାକଗ୍ରାଉଣ୍ଡ ।

୨୦୨୪ ନିର୍ବାଚନର ବର୍ଷ । ତେଣୁ ଆସନ୍ତା ବର୍ଷ ଭାରତ ଭଳି ପାକିସ୍ତାନରେ ମଧ୍ୟ ହେବ ସାଧାରଣ ନିର୍ବାଚନ । ଫେବୃୟାରୀ ୮ରେ ମତ ସାବ୍ୟସ୍ତ କରିବେ ଭୋଟର । ଏହାରି ଭିତରେ ପ୍ରଥମ ଥର ପାଇଁ ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ଲଢିବେ ନିର୍ବାଚନ । ଏଥିପାଇଁ ସେ ଦାଖଲ କରିଛନ୍ତି ତାଙ୍କର ନାମାଙ୍କନ ପତ୍ର । ଖେବର ପଖତୁନଖୱା ସ୍ଥିତ ବୁନେର ଜିଲ୍ଲାର ଜେନେରାଲ ସିଟ୍ରେ ସେ ଭରିଛନ୍ତି ନୋମିନେଶନ । ଏକ ରିପୋର୍ଟ ଅନୁଯାୟୀ ସବେରା ପ୍ରକାଶ ନାମକ ଜଣେ ହିନ୍ଦୁ ମହିଳା ବୁନେର ଜିଲ୍ଲାର ପିକେ-୨୫ର ଜେନେରାଲ ଆସନ ପାଇଁ ୨୩ ଡିସେମ୍ବରରେ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର । ତେବେ ଏହି ସବେରା ପ୍ରକାଶ କିଏ, ତାଙ୍କର ପଲଟିକାଲ ବ୍ୟାକଗ୍ରାଉଣ୍ଡ କଣ ତା ଉପରେ ନଜର ପକାଇବା ।

ସବେରା ପ୍ରକାଶ ହେଉଛନ୍ତି ହିନ୍ଦୁ ସଂପ୍ରଦାୟର ସଦସ୍ୟ । ତାଙ୍କର ବାପାଙ୍କ ନାମ ହେଉଛି ଓମ ପ୍ରକାଶ । ଯିଏ କି ଜଣେ ଅବସରରପ୍ରାପ୍ତ ଡାକ୍ତର । ଏହା ପୂର୍ବରୁ ସେ ପାକିସ୍ତାନ ପିପୁଲସ ପାର୍ଟି ବା ପିପିପିର ସଦସ୍ୟ ମଧ୍ୟ ରହିଛନ୍ତି । ତେଣୁ ପିତାଙ୍କ ପଦାଙ୍କ ଅନୁସରଣ କରି ପିପିପି ଟିକେଟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ସବେରା । ସେ ୨୦୨୨ରେ ଆବଟାବାଦ ଅନ୍ତର୍ଜାତୀୟ ମେଡିକାଲ କଲେଜରୁ ସ୍ନାତକ ହାସଲ କରିଛନ୍ତି । ସେ ପିପିପି ମହିଳା ୱିଙ୍ଗର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି ।

ତେଣୁ ମହିଳାଙ୍କ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ସବେରା । ବିକାଶ କ୍ଷେତ୍ରରେ ମହିଳାଙ୍କ ଐତିହାସିକ ଅବହେଳା ଓ ଅତ୍ୟାଚାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ତେଣୁ ନିର୍ବାଚିତ ହେଲେ ସେ ଏହି ସମସ୍ୟାର ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାସହ ମାନବା ସେବା ହିଁ ମୋର ଲକ୍ଷ୍ୟ ବୋଲି କହିଛନ୍ତି ସବେରା । ଏଥିପାଇଁ ଡାକ୍ତରୀ ଅଧ୍ୟୟନ ସମୟରୁ ହିଁ ବିଧାୟକ ହେବାର ସ୍ୱପ୍ନ ଦେଖିଛନ୍ତି ସବେରା ପ୍ରକାଶ ।

 

Related Articles

Back to top button
WP Twitter Auto Publish Powered By : XYZScripts.com