Featuredଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ଏକ ବର୍ଷର ଶିଶୁ ମସ୍ତିଷ୍କରେ ଭ୍ରୁଣ

ଏକ ବର୍ଷର ଶିଶୁ ମସ୍ତିଷ୍କରେ ଭ୍ରୁଣ । ଜନ୍ମ ପର ଠାରୁ ମୁଣ୍ଡର ଆକାର କ୍ରମାଗତ ଭାବରେ ବୃଦ୍ଧି ହେଉଥିବାରୁ ଶିଶୁଟିର ପିତାମାତା ତାଙ୍କୁ ଡାକ୍ତରଖାନା ନେଇଥିଲେ । ଝିଅଟିର ମସ୍ତିଷ୍କ ଭିତରେ ଏକ ଭ୍ରୁଣ ଥିବା ସିଟି ସ୍କାନ୍ ରିପୋର୍ଟରୁ ଜଣାପଡିଥିଲା ।

ଶିଶୁକନ୍ୟା ମୁସ୍ତିଷ୍କରେ ଥିବା ଭ୍ରୁଣ ୪ ଇଞ୍ଚ୍ ପର୍ଯ୍ୟନ୍ତ ବଢିସାରିଥିବା ବେଳେ ମେରୁଦଣ୍ଡ, ଆଙ୍ଗୁଠି ଏବଂ ନଖ ବିକାଶ ହୋଇସାରିଥିଲା । ଡାକ୍ତରମାନଙ୍କ କହିବା ଅନୁଯାୟୀ, ଏହି ଭ୍ରୁଣଟି ମା’ ଗର୍ଭରେ ଥିବା ଅବସ୍ଥାରେ ରହିଛି । ଅର୍ଥାତ୍ ଶିଶୁକନ୍ୟାଟି ଯେତେବେଳେ ମା’ ଗର୍ଭରେ ଥିଲା ସେବେଠାରୁ ତା ମୁଣ୍ଡରେ ଭ୍ରୁଣ ରହିଯାଇଛି । ଚିକିତ୍ସା ବିଜ୍ଞାନରେ ଏହାକୁ ଯାଆଁଳା ବୋଲି କୁହାଯାଏ । ଏହି ପରିସ୍ଥିତିରେ, ମାତୃ ଗର୍ଭରେ ଥିବା ଦୁଇଟି ଭ୍ରୁଣ ମଧ୍ୟରୁ ଗୋଟିଏ ଭ୍ରୁଣ ଅନ୍ୟ ଭ୍ରୁଣ ଭିତରେ ବିକାଶ ଆରମ୍ଭ କରେ ।

Related Articles

Back to top button
WP Twitter Auto Publish Powered By : XYZScripts.com