Featuredଜାତୀୟ

ସିଡିଏସ ଭାବେ ଶପଥ ନେଲେ ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ

ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ତଥା ସିଡିଏସ୍ ନିଯୁକ୍ତ ହୋଇଥିବା ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ଆଜି ଶପଥ ନେଇଛନ୍ତି । ତିନିଟି ଷ୍ଟାର ସହ ଲେଫ୍ଟେନାଣ୍ଟ ଜେନେରାଲ ଭାବେ ଅବସର ନେଇଥିବା ଚୌହ୍ୱାନ ଆଜି ୪ ଟି ଷ୍ଟାର ସହ ସିିଡିଏସ୍ ନିଯୁକ୍ତ ହୋଇଛନ୍ତି । ସେ ୧୯୬୧ ମସିହା ମେ ୧୮ ତାରିଖରେ ସେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ୧୯୮୧ରେ ୧୧ ଗୋର୍ଖା ରାଇଫଲରେ ଯୋଗ ଦେଇଥିଲେ । ସେନାରେ ତାଙ୍କର ୪୦ ବର୍ଷର ଲମ୍ବା କ୍ୟାରିୟର ରହିଛି । ଗତ ୨୦୨୧ ମେ ମାସରେ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ପୂର୍ବ ଆର୍ମିର କମାଣ୍ଡର ଥିବା ବେଳେ ଅବସର ନେଇଥିଲେ । ଆଙ୍ଗୋଲାରେ ହୋଇଥିବା ଜାତିସଂଘ ମିଶନରେ ମଧ୍ୟ ସେ ଅଂଶ ଗ୍ରହଣ କରିଥିଲେ । ଶପଥ ନେବା ପରେ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ହେବେ ଦେଶର ଦ୍ୱିତୀୟ ସିଡିଏସ୍ । ଶପଥ ନେବା ପୂର୍ବରୁ ଚୌହ୍ୱାନ ତାଙ୍କ ବାପାଙ୍କ ସହ ଆସି ନ୍ୟାନସାଲ ୱାର ମେରୋରିଆଲ ପରିଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଗତ ଡିସେମ୍ବର ମାସରେ ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ପୂର୍ବତନ ସିଡିଏସ୍ ଜେନେରାଲ ବିପିନ ରାୱତ ସହୀଦ ହୋଇଥିଲେ । ତେବେ ସେ ତିନି ସେନା ସହ ଯୋଗାଯୋଗ ରଖିବା ସହ ସାମରିକ ମନ୍ତ୍ରଣାଳୟକୁ ସିଧାସଳଖ ରିପୋଟିଂ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com